19.1 C
Bhubaneswar
Sunday, November 24, 2024
Homeବ୍ରେକୀଙ୍ଗରାଜ୍ୟରେ କମିଲା ମୁଣ୍ଡ ପିଛା ଆୟ ।

ରାଜ୍ୟରେ କମିଲା ମୁଣ୍ଡ ପିଛା ଆୟ ।

ଭୁବନେଶ୍ୱର : ବଜେଟ ପୂର୍ବରୁ ଆଜି ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋଟ । ତେବେ ଗତ ବର୍ଷ ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବାର ଜଣା ଯାଇଛି । ୨୦୧୧-୧୨ରେ ରାଜ୍ୟରେ ମୁଣ୍ଡପିଛା ଆୟ ଥିଲା ୪୮,୪୯୯ ଟଙ୍କା । ୨୦୧୯-୨୦ରେ ମୁଣ୍ଡପିଛା ଆୟ ବଢି ୧,୦୪,୫୬୬ରେ ପହଞ୍ଚିଥିଲା । ଚଳିତ ବର୍ଷ ମୁଣ୍ଡ ପିଛା ଆୟ ହ୍ରାସ ପାଇ ହେଲା ୧,୦୨,୧୫୬ । ତେବେ ଗତବର୍ଷ ତୁଳନାରେ ମୁଣ୍ଡପିଛା ଆୟ ୨୪୧୦ଟଙ୍କା ହ୍ରାସ ପାଇଛି । ଏହା ମୋଟ ୨.୩ ପ୍ରତିଶତ ହ୍ରାସ ପାଇଥିବା ତଥ୍ୟ ମିଳିଛି । ୨୦୨୦-୨୧ରେ ମୁଣ୍ଡପିିଛା ଆୟ ରହିଛି ୧,୨୬,୯୬୮ ଟଙ୍କା । ଦେଶ ତୁଳନାରେ ଏହା ୨୪,୮୧୨ ଟଙ୍କା କମ ରହିଛି ।

ଏହା ସହ କୃଷି କ୍ଷେତ୍ରକୁ ମଧ୍ୟ ଝଟକା ଲାଗିଛି । କୃଷିର ଅଭିବୃଦ୍ଧି ହାର କମିଛି । ଗତବର୍ଷ ଏହି ହାର ୧୧.୯୨ ପ୍ରତିଶତ ଥିଲା । ଏ ବର୍ଷ କମି ୬.୫୪ ପ୍ରତିଶତ ରହିଛି । ସେହିପରି ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ୮.୮୩ ପ୍ରତିଶତ କମିବ ଓ ସେବା କ୍ଷେତ୍ରରେ ୩. ୧୮ ପ୍ରତିଶତ ଖସିବ ବୋଲି ଅର୍ଥନୈତିକ ରିପୋର୍ଟରେ ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking