18.1 C
Bhubaneswar
Sunday, November 24, 2024
Homeଓଡିଶାଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକଙ୍କ କଡା ଚିଠି

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକଙ୍କ କଡା ଚିଠି

 କୋଟିଆ ଓଡିଶାର ଥିଲା ରହିଛି ରହିବ । ୧୯୩୬ ମସିହାରେ ଓଡିଶା ପ୍ରଦେଶ ଗଠନ
ବେଳେ ବ୍ରିଟିଶ ଭାରତ ସରକାରଙ୍କର ଗେଜେଟ ନୋଟିଫିକେସନ ଅନୁସାରେ କୋଟିଆ
ଓଡିଶାର ଅଂଶ । କୋଟିଆକୁ ଯେତେ ଚେଷ୍ଟା କରିଲେ ବି ଆନ୍ଧ୍ର ନେଇପାରିବ ନାହିଁ ।
 ଯେଉଁଭଳି ଭାବରେ ଆନ୍ଧ୍ର ପ୍ରଦେଶ ସରକାର ଓଡିଶାର ସୀମାବର୍ତୀ କିଛି ଗାଁରେ ଅନୈତିକ
ଓ ବେଆଇନ ଭାବରେ ଭୋଟ କରିବା ପାଇଁ ପ୍ରୟାସ କରିଲେ ତାହା ଗ୍ରହଣୀୟ ନୁହେଁ ।
 ଏହାର ଦେଶର ଆଦର୍ଶ ସଙ୍ଘିୟ ବ୍ୟବସ୍ଥା, ସମ୍ବିଧାନର ମୁଳ ଭାବନାକୁ ବିରୋଧ କରୁଛି ।
ଏପରିକି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଯେଉଁ ରାୟ ଦେଇଥିଲା ତାହାକୁ
ବି ଆନ୍ଧ୍ର ସରକାର ମାନୁନାହାନ୍ତି ।
 ଓଡିଶା ଓ ଆନ୍ଧ୍ର ପ୍ରଦେଶ ଭିତରେ ଥିବା ସାଂସ୍କୃତିକ ସର୍ମ୍ପକ ହଜାର ହଜାର ବର୍ଷର । ଉଭୟ
ସୀମାରେ ରହୁଥିବା ଲୋକମାନଙ୍କ ଭିତରେ କାହିଁ କେଉଁ କାଳରୁ ପାରିବାରିକ ଏବଂ
ସାଂସ୍କୃତିକ ସର୍ମ୍ଫକ ରହିଆସିଛି । ହେଲେ ଆନ୍ଧ୍ର ସରକାରଙ୍କ କାର୍ଯ୍ୟକଳାପ ଦୁଇ ସୀମାର
ଲୋକମାନଙ୍କର ଭିତରେ ସୁସର୍ମ୍ପକକୁ ନଷ୍ଟ କରୁଛି ।
 ବିଜୟାନଗରମ, ଭିଶାକାପଟନମ ଓ ଶ୍ରିକାକୁଲମ ଜିଲ୍ଲା ପ୍ରଶାସନକୁ ଏପରି ବେଆଇନ
ସୀମା ଦଖଲ କାର୍ଯ୍ୟକଳାପ, ତଥା ଲୋକମାନଙ୍କୁ ପ୍ରଲୋଭନ କରି ଭୋଟ କରାଇବା
ଆଦି କାମରୁ ବିରତ ରହିବା ପାଇଁ ନିର୍ଦ୍ଧେଶ ଦେବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
କରିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking