ଭୁବନେଶ୍ବର : ପୁଣି ରିମାଣ୍ଡରେ ଯିବେ ବାପ-ପୁଅ। ଗୋଳନ୍ଥରା ପୋଲିସ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଦିନିକିଆ ରିମାଣ୍ଡରେ ନେବ। ରିମାଣ୍ଡରେ ନେଇ ଗୋଳନ୍ଥରା ଥାନାରେ ଜେରା କରାଯିବ। ଦୁଇ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟଙ୍କ ଅନୁମତି ପରେ ବାପ-ପୁଅ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ। ଠକେଇ ଅଭିଯୋଗରେ ଗୋଳନ୍ଥରା ଥାନାରେ ରହିଛି ୩ଟି ମାମଲା । ଜାନୁୟାରୀ ୨୭ ତାରିଖରେ ପାଠକ ବାପ-ପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ୍ ଦେଇଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ପୁଣି ରିମାଣ୍ଡରେ ଯିବେ ବାପ-ପୁଅ। ଗୋଳନ୍ଥରା ପୋଲିସ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଦିନିକିଆ ରିମାଣ୍ଡରେ ନେବ। ରିମାଣ୍ଡରେ ନେଇ ଗୋଳନ୍ଥରା ଥାନାରେ ଜେରା କରାଯିବ। ଦୁଇ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା। ଉଭୟ ଗିରଫ ହୋଇଥିଲେ। ଭିଜିଲାନ୍ସ କେସ୍ରେ ଉଭୟଙ୍କୁ ଜାମିନ୍ ମିଳିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ମାମଲା ଏବେବି ବଳବତ୍ତର ରହିଛି।