ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ସେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ରହିଛି । ଫେସବୁକରେ ଲାଇଭ କରି ନିଦ ବଟିକା ଖାଇଛନ୍ତି ବିଦ୍ୟାଶ୍ରୀ । ତେବେ ମାନସିକ ନିର୍ଯାତନା ଦିଆଯାଉଥିବାରୁ ଆତ୍ମହତ୍ୟା କରୁଥିବା ସେ କହିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଦୋଷାରୋପ କରାଯାଉଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି । ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଫେସବୁକ ଲାଇଭରେ ସେ ନ୍ୟାୟ ମାଗିଛନ୍ତି । ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଥିବା ସେ ଲାଇଭ ଭିଡିଓରେ କହିଛନ୍ତି । ୩୦ଟି ନିଦ ବଟିକା ଖାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଲାଇଭ ଭିଡିଓରେ ଏକ ଡାଏରୀ କଥା ମଧ୍ୟ ବିଦ୍ୟାଶ୍ରୀ କହିଛନ୍ତି । ଆଦିତ୍ୟଙ୍କୁ କିଏ ମାରିଛି ତାହା ସେ ଜାଣିନାହାନ୍ତି । ତେବେ ବିଦ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ନିର୍ଯାତନା ଦେଉଥିବା ଲୋକେ ଦାୟୀ ରହିବେ ବୋଲି ସେ କହିଥିଲେ । ପରେ ବିଦ୍ୟାଶ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏହି ଆତ୍ମହତ୍ୟା ଉଦ୍ୟମ ଲାଇଭର ୧୯୯ଟି ସେୟାର ହୋଇଛି । ବର୍ତମାନ ସୁଦ୍ଧା ୮ ହଜାର ଲୋକେ ଏହାକୁ ଦେଖିସାରିଲେଣି । କଟକରେ କାଜୁଆଲିଟିରେ ସେ ଅଛନ୍ତି ଏବଂ ଭଲ ସ୍ଥିତିରେ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଡିପ୍ରେସନରୁ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । ନିର୍ଯାତନା ଦେଉଥିବା ଲୋକଙ୍କ ବିରୋଧରେ ଶକ୍ତ କାର୍ଯାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି । ପ୍ରତିଦିନ ତାଙ୍କୁ ସମାଲୋଚନା କରାଯାଉଥିବା ବିଦ୍ୟାଶ୍ରୀ କହିଛନ୍ତି ।