ଯାଜପୁର: ଆଜି ରାଜ୍ୟ ସରକାର ବିଦ୍ୟୁତ ଓ ଶୁଳ୍କ ଛାଡ଼ ନ କରି ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିବା ଓ ବଣ୍ଟନ ବ୍ୟବସ୍ଥାକୁ ଘରୋଇକରଣ, ଚାକିରୀର ସ୍ଥାୟୀତ୍ବ, ସାମାଜିକ ସୁରକ୍ଷା, ସ୍ଵାସ୍ତ୍ୟ ନିରାପତ୍ତା, ମଜୁରୀ ଓ ବୋନସ ସର୍ତ୍ତ ନରଖିବା ଓ କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର, କୃଷି ବିଲ ସମେତ ୨୨ ଦଫା ଦାବି ନେଇ ସାରା ରାଜ୍ୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ନଭେମ୍ବର ୩ ଓ ୫ ତାରିଖ ପର୍ଯ୍ୟନ୍ତ ଦିଆଯାଇଥିବା ଆନ୍ଦୋଳନ ଡାକରା ର ଶେଷ ଦିନରେ କଳିଙ୍ଗନଗର ଠାରେ ଶତାଧିକ ଶ୍ରମିକ କର୍ମଚାରୀ ପ୍ଲାକାର୍ଡ଼ ଧରି ସରକାରୀ ବିରୋଧୀ ଧ୍ଵନି ଦେଇ ମାନପୁର ଟ୍ରାଫିକ ପୋଷ୍ଟ ଠାରେ ଏକ ପ୍ରତିବାଦ ସଭା ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଅଛି । କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମକୁ ସରକାର ବନ୍ଦ ରଖିଥିବାରୁ ବହୁ ଶ୍ରମିକ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୀଳାଚଳ ଓ ମେସ୍କୋ କାରଖାନାକୁ ତୁରନ୍ତ ଚାଲୁ କରିବା, ନୀଳାଚଳ କର୍ମଚାରୀ ମାନଙ୍କୁ ୧୦ ମାସର ଦରମା ଓ ମେସ୍କୋ କର୍ମଚାରୀ ମାନଙ୍କୁ ୮ ମାସର ଦରମା ପ୍ରଦାନ କରିବାକୁ ଦାବି କରିବା ସହିତ କରୋନା ମହାମାରୀ ସମୟରେ ଟାଟା, ଜିନ୍ଦଲ, ଭିସା କାରଖାନା ମାନଙ୍କରେ ହଜାର ହଜାର ସଂଖ୍ୟା ରେ ଶ୍ରମିକ କର୍ମଚାରୀ ମାନଙ୍କୁ କୋୖଣସି କାରଣ ନଥାଇ ଛଟେଇ କରିବା ଘଟଣାକୁ ସଭାପତି ଶ୍ରୀ ମହାନ୍ତି ଦୃଢ଼ ନିନ୍ଦା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟ୍ୟ ରେ ନୀଳାଚଳ ମିଳିତ ମଞ୍ଚ ର ଆଵାହକ ରଞ୍ଜନ କୁମାର ନାୟକ ବାବୁଲି ପୂର୍ତ୍ତି, ମହୀରାମ ପୂର୍ତ୍ତି, ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ସୁକିନ୍ଦା ରୋଡ ମିନେରାଲ ଲୋଡ଼ିଂ ଅନ ଲୋଡ଼ିଂ ଲେବର ୟୁନିଅନ ସମ୍ପାଦକ ପରମାନନ୍ଦ ସେଠୀ, ଅଭିମନ୍ୟୁ ପାତ୍ର, ମୁନେଶ୍ୱର ନାୟକ, ମେସ୍କୋ ୱାର୍କରସ ୟୁନିଅନ ସଭାପତି ଗଣେଶ୍ୱର ନାୟକ, କାର୍ୟକାରୀ ସମ୍ପାଦକ ସେକ ସବୀର ହୋସେନ, ଦାନଗଦି ବ୍ଲକ ଅସଂଗଠିତ ଶ୍ରମିକ କଂଗ୍ରେସ ର ସଭାପତି ପ୍ରସନ୍ନ କୁମାର ରାଉତ ଉପସ୍ଥିତ ଥିଲେ ।