ଭୁବନେଶ୍ୱର : ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆଜି ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ମୂର୍ତ୍ତି ଉଚ୍ଚତାରେ କୌଣସି କଟକଣା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । କଟକରେ ବଡ ମୂର୍ତ୍ତି ଥିବା ୯ଟି ଦୁର୍ଗା ମଣ୍ଡପଙ୍କୁ ମିଳିଛି ଅନୁମତି । ଏଜିଙ୍କ ରିପୋର୍ଟଙ୍କୁ ଗ୍ରହଣ କରିଛନ୍ତି ହାଇକୋର୍ଟ । କୋଭିଡ ଗାଇଡଲାଇନ୍ ମାନି ପୂଜା କମିଟି ପୂଜା କରିବେ । ଭସାଣୀ କିଭଳି ହେବ, ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ । ପୁରୀର ଏକ ମଣ୍ଡପକୁ ମଧ୍ୟ ପୂଜା କରିବାକୁ ଅନୁମତି ଦିଆଯାଇଛି ।
ସୂଚନାଯୋଗ୍ୟ , କୋଭିଡ ମହାମାରୀ ବେଳେ ଦୁର୍ଗାପୂଜାକୁ ନେଇ କିଛିଦିନ ହେବ ପୂଜା କମିଟି ଓ ପ୍ରଶାସନ ମଧ୍ୟରେ ଚାଲିଥିଲା ବିବାଦ । ଅନ୍ୟପଟେ ପୂଜା କୁ ନେଇ କିଛି ଗାଇଡ ଲାଇନ ଜାରୀ କରିଥିଲା ପ୍ରଶାସନ । ଯେଭଳି କି ମେଢର ଉଚ୍ଚତା ୪ ଫୁଟ୍ ମଧ୍ୟରେ ରହିବ । ମେଢ ପାଖରେ କେବଳ ପୂଜାରୀଙ୍କ ସହ ୪ ଜଣ ରହିବେ । ଏହାସହ ମେଢ ନିକଟରୁ ଭକ୍ତଙ୍କ ଦୁରତା କେତେ ରହିବ ତାହା ପ୍ରଶାସନ ନିସ୍ପତ୍ତି କରିବ ବୋଲି କୁହାଯାଇଥିଲା । ଏନେଇ ବିଭିନ୍ନ ପୂଜା କମିଟି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ଆଜି କହିଛନ୍ତି କି ପୂଜା ବେଳେ ମେଢର ଉଚ୍ଚତା ଉପରେ କୌଣସି କଟକଣା ନାହିଁ ।