ବିଶ୍ଵ ବ୍ୟାପୀ ଚିନ୍ତାଶୀଳ ଓଡ଼ିଆ ଭାଷାଭାଷୀ ଙ୍କୁ ନେଇ ଗଠିତ ଓଡିଶା ପଜିଟିଭ ଅନୁଷ୍ଠାନ ପକ୍ଷରୁ ଆସିଆନ ଅଂଚଳରେ ଶାଖା ଗଠନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସଂଜୀବ କୁମାର ମହାନ୍ତି ଜଣାଇଛନ୍ତି ଯେ ଏହି ଅଞ୍ଚଳରେ ଅନୁଷ୍ଠାନର ଶାଖାଗୁଡ଼ିକ ତିନୋଟି ସମୂହ ରେ କାର୍ଯ୍ୟ କରିବ, ଯଥା ଉତ୍ତର ଏସିଆ ଅଂଚଳ, ମେକାଙ୍ଗ ଅଂଚଳ ଏବଂ ସିଙ୍ଗାପୁର ଓ ମାଳୟେସିଆ ଅଂଚଳ।
ଏହି ତିନୋଟି ଅଂଚଳ ପାଇଁ କର୍ମକର୍ତ୍ତାମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଶ୍ରୀ କୁନା ଦାଶ ଏବଂ ଶ୍ରୀ ବିଶ୍ଵନାଥ ସେଠି ଉତ୍ତର ଏସିଆ ଅଂଚଳର ଆବାହକ ଏବଂ ଯୁଗ୍ମ ଆବାହକ ଦାୟିତ୍ବ ନେବେ। ମେକାଙ୍ଗ ଅଂଚଳ ପାଇଁ ଡ଼. ଆଦରିଷ ବ୍ରହ୍ମଦତ୍ତ ଏବଂ ଡ଼. ଶୀତଳ କୁମାର ଯଥାକ୍ରମେ ଆବାହକ ଏବଂ ଯୁଗ୍ମ ଆବାହକ ଭାବରେ ମନୋନୀତ ହୋଇଛନ୍ତି। ସେହିଭଳି ସିଙ୍ଗାପୁର ଓ ମାଲେସିଆ ଅଂଚଳରେ ଡ଼. ସ୍ନିଗ୍ଧା ମିଶ୍ର ଏବଂ ଶ୍ରୀ ମନ୍ମଥ ସାହୁ ଆବାହକ ଏବଂ ଯୁଗ୍ମ ଆବାହକ ଦାୟିତ୍ବରେ ରହିବେ। ଅନୁଷ୍ଠାନର ଆନ୍ତର୍ଜାତିକ ପରାମର୍ଶଦାତା ଶ୍ରୀ ଶରତ ମହାନ୍ତି ଏବଂ ସ୍ଥାପନା ସଦସ୍ୟ ଶ୍ରୀ ସଂଜୀବ ପଟନାୟକ ଏହି ସମସ୍ତ ଅଂଚଳର ସାଙ୍ଗଠନିକ କାର୍ଯ୍ୟରେ ସମନ୍ବୟ ସ୍ଥାପନ କରିବେ। ଏହି ଅଂଚଳଗୁଡିକର ଅନେକ ବୁଦ୍ଧିଜୀବି ଏକ ଓ୍ବେବିନାର୍ ଜରିଆରେ ଏକତ୍ରିତ ହୋଇ ସେହି ଦେଶମାନଙ୍କରେ ଅନୁଷ୍ଠାନର ଶାଖାମନ ଗଠନ କରିବ ପାଇଁ ନିଷ୍ପତ୍ତି ନେଇଥିଲେ। ଭିଏତନାମରେ ଅବସ୍ଥାପିତ ଭାରତର ମହାବାଣିଜ୍ୟଦୂତ ଶ୍ରୀ ମଦନ ସେଠୀ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।
ଅନୁଷ୍ଠାନଟି ବିଶ୍ଵର ବିଭିନ୍ନ ପ୍ରାନ୍ତରେ ଥିବା ଚିନ୍ତାଶୀଳ ଓଡ଼ିଆ ନାଗରିକଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ଜାଗରଣ ସୃଷ୍ଟି କରି ଓଡ଼ିଆ ରାଜ୍ୟ ଓ ଓଡ଼ିଆ ଜାତି ର ସାମଗ୍ରିକ ବିକାଶ ପାଇଁ ଚେଷ୍ଟା କରିବ ବୋଲି ଏହାର ଅଧ୍ୟକ୍ଷ ସଂଜୀବ ମହାନ୍ତି ସୂଚନା ଦେଇଛନ୍ତି।ଏହି ଲକ୍ଷ୍ୟର ପରିପୂରଣ ପାଇଁ ସେ ସମସ୍ତ ସଚେତନ ଓଡିଶା ପ୍ରେମୀ ଙ୍କ ସହଯୋଗ କାମନା କରିଛନ୍ତି।