ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା ଉପରେ କଟକଣା ଲଗାଯାଇଛି । ଚଳିତ ବର୍ଷ କୌଣସି ମଣ୍ଡପରେ ଦୁର୍ଗାପୂଜା ହେବନାହିଁ । ଲୋକେ ନିଜ ଘର ଭିତରେ ଦୁର୍ଗାପୂଜା କରିପାରିବେ । ଏନେଇ ସୂଚନା ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ସେପଟେ ଦୁର୍ଗାପୂଜା କରିବା ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ ମଧ୍ୟ ହୋଇଛି । କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟରେ ଏହି ଆବେଦନ କରିଥିବା ସୂଚନା ରହିଛି । କଟକରେ ୫ ଶହ ବର୍ଷ ଧରି ଦୁର୍ଗାପୂଜା ହୋଇଆସୁଛି । ଏହି ବର୍ଷ ଯଦି ପୂଜା କରାନଯାଏ, ତେବେ ଏହି ପରମ୍ପରା ଭଙ୍ଗ ହେବ ବୋଲି ପୂଜା କମିଟି କହିଛି ।
https://onakhabar.com/now-covid-test-at-rupees-1200/