27.1 C
Bhubaneswar
Saturday, November 23, 2024
Homeଓଡିଶାସଂସ୍କୃତି ଭବନକୁ ୬ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରାଯିବ : ଜିଲ୍ଲାପାଳ

ସଂସ୍କୃତି ଭବନକୁ ୬ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରାଯିବ : ଜିଲ୍ଲାପାଳ

ଯାଜପୁର : ଆଜି ଯାଜପୁର ଜିଲ୍ଲାପାଳ ରଞ୍ଜନକୁମାର ଦାସ ବ୍ୟାସନଗର ପୌରପରିଷଦର ବିକାଶ ଉପରେ ସମିକ୍ଷା ବୈଠକ କରିଥିଲେ । ଏହି ସମିକ୍ଷା ବୈଠକ ପୌରପରିଷଦ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଦାସ ବ୍ୟାସନଗର ପୌରପରିଷଦର ବିଭିନ୍ନ ବିକାଶ ସମ୍ପର୍କରେ ସମିକ୍ଷା କରିଥିଲେ । ସଂସ୍କୃତି ଭବନଉପରେ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ପାଣ୍ଠି ବିନିଯୋଗ କରାଯାଇ ଆଗାମୀ ଜାନୁୟାରୀ ମାସରେ ଲୋକାର୍ପିତ କରାଯିବ । ଯାଜପୁରୁରୋଡ଼ ଟାଉନ ହଲକୁ ତୁରନ୍ତ ଭଙ୍ଗାଯାଇ ତାର କାର୍ଯ୍ୟକରାଯିବ । ଏହି ଟାଉନ ହଲ ଆଧୁନିକ ଶୈଳିରେ ନିର୍ମାଣ କରାଯିବ । ପୌରପରିଷଦ ଅନ୍ତର୍ଗତ ୪୭ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ବିଷୟରେ ଜାଣିବାକୁ ଚାହିଁଥିଲେ । ଜାଗା ସମସ୍ୟା ଥିବାରୁ ଅଧିକାଂଶ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର କାର୍ଯ୍ୟ ଆରମ୍ଭ ହୋଇ ପାରୁ ନଥିବାରୁ ଜିଲ୍ଲାପାଳ କ୍ଷ୍ୟୋଭ ପ୍ରକାଶ କରିଥିଲେ । ଏହି ଯେଉଁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର ଜାଗା ସମସ୍ୟା ଅଛି ସେଗୁଡ଼ିକୁ ତୁରନ୍ତ ସ୍ଥାନୀୟ ତହସିଲଦାରଙ୍କ ପରାମର୍ଶ କ୍ରମେ ଜାଗା ଚୟନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କେତେକ ସ୍ଥାନରେ ସ୍କୁଲ ହତା ମଧ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଉପସ୍ଥିତ ସିଡ଼ିପିଓ ଓ ପୌରପାଳିକାର ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ । ଚୋରଦା ଠାରେ ନିର୍ମାଣ ହେବାକୁ ଥିବା ଭେଙ୍ଗି ଜୋନର କାର୍ଯ୍ୟ ଦୀର୍ଘ ଦିନରୁ ଆରମ୍ଭ ହୋଇ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଓ ସମ୍ପୃକ୍ତ ଠିକାଦାର କାର୍ଯ୍ୟାଦେଶକୁ ବାତିଲ କରି ପୁନଃଟେଣ୍ଡର କରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ସହର ମଧ୍ୟରେ ଜାଗା ଚୟନ କରି ଦୀର୍ଘ ଦିନରୁ କଲ୍ୟାଣ ମଣ୍ଡପ ଉଦ୍ଦେଶ୍ୟରେ ସରକାର ମଞ୍ଜୁର କରିଥିବା ସ୍ୱତନ୍ତ୍ର ଅନୁଦାନ ଅର୍ଥ ପଡ଼ିରହିଥିବାରୁ ତୁରନ୍ତ ଜାଗା ଚୟନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସଂସ୍କୃତି ଭବନର ବକେୟାଥିବା କାର୍ଯ୍ୟକୁ ତୁରନ୍ତ ସମ୍ପୁର୍ଣ୍ଣ କରାଯାଇ ଯଥା ଶିଘ୍ର ଲୋକାର୍ପଣ କରାଯିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତରଫରୁ ମଞ୍ଜୁର ହୋଇଥିବା ସ୍ୱତନ୍ତ୍ର ଅର୍ଥରେ ପବିତ୍ର ବ୍ୟାସସରୋବର ପୀଠର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ । ଏହାଛଡ଼ା ସରକାରଙ୍କ ଠାରୁ ବିଭିନ୍ନ ଜୋଯନା ପ୍ରକଳ୍ପ ପାଇଁ ପୌରପାଳିକାକୁ ଆସିଥିବା ବୋହୁ ଅନୁଦାନ ଅର୍ଥ କାର୍ଯ୍ୟ ନହୋଇ ପଡ଼ି ରହିଥିବାରୁ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିବା ସହ ଅର୍ଥକୁ ନୂତନ ପ୍ରସ୍ତାବ ଜରିଆରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ପୌରପାଳିକା ବିଭିନ୍ନ ଟିକସ, ଲାଇସେନସ, ଫି ପ୍ରଭୃତି ଆଦାୟ କରାଯିବା ଉପରେ ସମିକ୍ଷା କରିଥିଲେ ଏବଂ ପୌରପରିଷଦର ନିଜସ୍ୱ ଅର୍ଥବୃଦ୍ଧି ପାଇଁ ଉପସ୍ଥିତ ସମସ୍ତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପୌରପରିଷଦର ପ୍ରସାଶକ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟସନଗର ତହସିଲଦାର ସରତ ଚନ୍ଦ୍ର ମହାପାତ୍ର, ନିର୍ବାହୀ ଅଧିକାରୀ ସୁବେନ୍ଦୁ ଜେନା ଓ ପୌରପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
(ଫଟ ଅଛି)

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking