27.1 C
Bhubaneswar
Thursday, April 25, 2024
Homeଓଡିଶାଅଗଷ୍ଟ ୧୬ରୁ ନବମ ଶ୍ରେଣୀ କ୍ଲାସ ଆରମ୍ଭ

ଅଗଷ୍ଟ ୧୬ରୁ ନବମ ଶ୍ରେଣୀ କ୍ଲାସ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ । ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯୟନ୍ତ କ୍ଲାସ ଚାଲିବ । କୋଭିଡ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବ ଚିଠି କରିଛନ୍ତି । ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବ। ଏବେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲୁଥିବାରୁ ୯ମ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢ଼ା କିଭଳି ହେବ ସେନେଇ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି। ପୂର୍ବଥର ପରି ଏଥର ବି ୯ମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ଦୁଇଟି ସିଟିଂରେ କରିବାକୁ ଯୋଜନା ହୋଇଛି। ଏନେଇ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ନି‌ୟମାବଳୀ ପ୍ରକାଶ କରାଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏସ୍‌ଆରସିଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଯେଉଁ ଗାଇଡ୍‌ଲାଇନ୍ ଜାରି କରାଯାଇଛି, ସେଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି। ୯ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଅଗଷ୍ଟ ୧୬ରୁ ଆରମ୍ଭ ହେବ ବୋଲି ଆଗରୁ କୁହାଯାଇଥିଲା। ସେଥିପାଇଁ ବିଭାଗ ପ୍ରସ୍ତୁତି ଚଲାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ସ୍କୁଲ୍ ଖୋଲିବ କି ନାହିଁ, ସେନେଇ ଅଧିକ ତର୍ଜମା ଚାଲିଛି। ତେବେ ଏକାଦଶ ଶ୍ରେଣୀ ଲାଗି ନାମଲେଖା ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ତେଣୁ ସେମାନଙ୍କ କ୍ଲ‌ାସରୁମ୍‌ ପାଠପଢ଼ା ନେଇ ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking