40.1 C
Bhubaneswar
Thursday, April 25, 2024
Homeଅପରାଧନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ମାଲକାନଗିରି: ନବରଙ୍ଗପୁର ଜିଲ୍ଲାରେ ଅତି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ଏବେ ନବରଙ୍ଗପୁର ଜିଲ୍ଲାର ଜଣେ ନବମ ଶ୍ରେଣୀର ଛାତ୍ରୀ ଏବେ ଗର୍ଭବତୀ ଥିବା ଜଣାପଡିଛି । ତେବେ ଏହା ଅତି ନିନ୍ଦନୀୟ ଘଟଣା ବୋଲି ଜଣାପଡିଛି । ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିବା ପରେ ପରେ ସଂପୃକ୍ତ ଛାତ୍ରୀକୁ ଚିକିତ୍ସା ପାଇଁ ସଖୀ କେନ୍ଦ୍ରକୁ ପଠାଇ ଦିଆଯାଇଛି।ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନାବାଳିକା ଗର୍ଭବତୀ ହେବା ନୂଆଁ ଖବର ନୁହେଁ । ପୂର୍ବରୁ ମଧ୍ୟ ଏଭଳି ମାମଲା ଲୋକଲୋଚନକୁ ଆସିଛି । ସଙ୍ଗିନ ମାମଲା ସହିତ ଜଡ଼ିତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ସୂଚନା ଅନୁସାରେ, ମାଲକାନଗିରି ଟାଉନ୍ ଥାନା ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ନବରଙ୍ଗପୁର ଜିଲ୍ଲାର ତାରାଗାଁ ଥାନା ଅଂଚଳରେ ଥିବା ଏକ ସ୍କୁଲରେ ପାଠ ପଢୁଥିଲା । କିଛି ଦିନ ପୂର୍ବରୁ ଛାତ୍ରୀ ଜଣକ ନିଜ ଗାଁକୁ ଆସିଥିଲା ଏବଂ ନିଜ ଘରେ ଅଳ୍ପ କେତେ ଦିନ ରହିବା ପରେ ପୁଣି ସ୍କୁଲକୁ ଚାଲି ଯାଇଥିଲା । ଯିବା ପରେ ଛାତ୍ରୀ ଜଣକର ଦେହ ବାରମ୍ବାର ଅସୁସ୍ଥ ଥିବା ଜଣାପଡିଥିଲା । ପରେ ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ଝିଅଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ସିଓ୍ଵାଇଏସଡି ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏହା ଜାଣିବା ପରେ ନାବାଳିକା ଛାତ୍ରୀକୁ ସିଡବ୍ଲ୍ୟୁସି ନିକଟରେ ହାଜର କରାଇଥିଲେ । ଛାତ୍ରୀ ଜଣକୁ ଏବେ ସଖୀ କେନ୍ଦ୍ରରେ ରଖାଯାଇଥିବା ଜଣାପଡିଛି । ସେଠାରେ ନାବାଳିକା ଛାତ୍ରୀକୁ ଚିକିତ୍ସା କରାଯାଇ ପଚରାଉଚରା କରାଯିବ ବୋଲି ସିଡବ୍ଲ୍ୟୁସି ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking