39.1 C
Bhubaneswar
Tuesday, April 23, 2024
Homeଓଡିଶାରାଜ୍ୟରେ ସୁସ୍ଥ ହେଲେ ୯୭ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ୯୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଏବେ ଏକ ଆଶ୍ୱସ୍ତିର ଖବର ଆସିଛି । ଆଜି ରାଜ୍ୟରେ ଆଉ ୯୭ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୬ ଜଣ, ଗଂଜାମରୁ ବି ୧୬ ଜଣ, କନ୍ଧମାଳରୁ ୧୪, ମୟୁରଭଂଜରୁ ୯ ଜଣ, ଯାଜପୁରରୁ ୭ ଜଣ, ପୁରୀରୁ ୫ ଜଣ, ନୟାଗଡରୁ ୪ ଜଣ ଓ କେନ୍ଦ୍ରାପଡାରୁ ୩ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବରଗଡ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ତେବେ ଏଠାରେ ସୂଚନାଯୋଗ୍ୟ, ରାଜ୍ୟରେ ଏବେ ବି କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଉ ୧୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୭୪ଜଣଙ୍କ ମଧ୍ୟରୁ ୧୪୬ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୮ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଆଜି ୧୮ଟି ଜିଲ୍ଲାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରେ ୩୪ଜଣ, ପୁରୀରୁ ୧୬, ଖୋର୍ଦ୍ଧାରେ ୧୦, ଯାଜପୁର ୯. ନବରଙ୍ଗପୁର ଓ କେନ୍ଦ୍ରାପଡ଼ାରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଓ କଳାହାଣ୍ଡିରୁ ୬ଜଣ, କେନ୍ଦୁଝରରୁ ୫ଜଣ, କନ୍ଧମାଳ, ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୪, ବୌଦ୍ଧରୁ ୨, ମାଲକାନଗିରି, ନୂଆପଡ଼ା ଓ ବଲାଙ୍ଗୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking