31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଗଣତନ୍ତ୍ର ଦିବସରେ ସମ୍ମାନୀତ ହେବେ ଦେଶର ୯୩୯ ପୁଲିସ କର୍ମଚାରୀ

ଗଣତନ୍ତ୍ର ଦିବସରେ ସମ୍ମାନୀତ ହେବେ ଦେଶର ୯୩୯ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ : ୭୩ତମ ଗଣତନ୍ତ୍ର ଦିବସରେ ସମ୍ମାନୀତ ହେବେ ଦେଶର ୯୩୯ ପୁଲିସ କର୍ମଚାରୀ । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଦକ ପାଇବାକୁ ମନୋନୀତ ହୋଇଥିବା ପୁଲିସ୍‌ କର୍ମଚାରୀଙ୍କ ନାଁ ଘୋଷଣା କରିଛି । ଚଳିତ ବର୍ଷ ମୋଟ ୯୩୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ ପଦକ ପ୍ରଦାନ କରାଯିବ । ଏନେଇ ଓଡ଼ିଶାରୁ ୨୨ ଜଣ ପୁଲିସ୍‌ କର୍ମଚାରୀ ନାଁ ଏହି ତାଲିକାରେ ସ୍ଥାନପାଇଛି । ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ୬୬୨ ଜଣଙ୍କୁ ଉତ୍କୃଷ୍ଟ ସେବା, ୮୮ ଜଣଙ୍କୁ ଉଲ୍ଲେଖନୀୟ ସେବା ଓ ୧୮୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପଦକ ଦିଆଯିବ । ସେହିପରି ଓଡ଼ିଶାରୁ ପଦକ ପାଇବାକୁ ମନୋନୀତ ୨୨ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା, ୯ ଜଣଙ୍କୁ ସାହସିକତା ଓ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ୨ ଜଣ ରାଷ୍ଟ୍ରପତି ପଦକ ପାଇବେ । ସାହସିକତା ମେଡାଲ ପାଇବାକୁ ମନୋନୀତ ହୋଇଥିବା ୧୮୯ ଜଣଙ୍କ ମଧ୍ୟରୁ ୧୩୪ ଜଣ ଜମ୍ମୁ-କଶ୍ମୀରରେ ନିଜର ପରାକ୍ରମ ଦେଖାଇଛନ୍ତି ।

ସେହିପରି ନକ୍ସଲଙ୍କ ବିରୋଧରେ ଅପରେସନ କରୁଥିବା ୪୭ ଓ ଉତ୍ତର-ପୂର୍ବ ରିଜନରେ ବୀରତା ଦେଖାଇଥିବା ଜଣେ କର୍ମଚାରୀଙ୍କୁ ସାହସିକତା ପଦକ ମିଳିବ । ଜମ୍ମୁ-କଶ୍ମୀର ପୁଲିସ୍‌ର ସର୍ବାଧିକ ୧୧୫ ଜଣଙ୍କୁ ସାହସିକତା ପାଇଁ ପୁରସ୍କାର ମିଳିବ ।୧୫ ଜଣଙ୍କୁ ଉତ୍କୃଷ୍ଟ ସେବା ଓ ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ । ଏହାବାଦ ସିଆରପିଏଫର ୩୦ ଜଣ, ଆଇଟିବିପର ୩ ଜଣ, ବିଏସ୍ଏଫର ୨ ଜଣ, ସଶସ୍ତ୍ର ସୀମା ବଳର ୩ ଜଣ, ଛତିଶଗଡ଼ ପୁଲିସ୍‌ର ୧୦ ଜଣ, ଓଡ଼ିଶାର ୯ ଜଣ, ଦିଲ୍ଲୀର ୩ ଜଣ, ଝାରଖଣ୍ଡର ୨ ଜଣ, ମଧ୍ୟପ୍ରଦେଶର ୩ ଜଣ, ମଣିପୁରର ଜଣେ, ଉତ୍ତର ପ୍ରଦେଶର ଜଣେ ଓ ମହାରାଷ୍ଟ୍ର ପୁଲିସ୍‌ର ୭ ଜଣଙ୍କୁ ସାହସିକତା ପାଇଁ ମେଡାଲ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking