27.8 C
Bhubaneswar
Thursday, April 18, 2024
Homeଓଡିଶାକଟକରେ ପୁଣି ୯୨ ଆକ୍ରାନ୍ତ ଚିହ୍ନଟ

କଟକରେ ପୁଣି ୯୨ ଆକ୍ରାନ୍ତ ଚିହ୍ନଟ

କଟକ : କଟକ ମହାନଗର ନିଗମ ଅଞ୍ଚଳରେ ଶନିବାର ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣ ସୁସ୍ଥ ହୋଇଥିବା ସିଏମସି କହିଛି । ଏପର୍ଯ୍ୟନ୍ତ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୪୧୭ ହୋଇଥିବା ବେଳେ ୧୨ ହଜାର ୨୭୪ ସୁସ୍ଥ ହୋଇଛନ୍ତି । ୫୬ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୧୦୮୭ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି । ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୬ ଜଣ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୮ଜଣ ମହିଳା ଓ ୧୮ ଜଣ ପୁରୁଷ ଆକ୍ରାନ୍ତ ଅଛନ୍ତି । ହୋମ୍ କ୍ୱାରେଣ୍ଟାଇନରେ ଥିବା ୨୬ ଜଣଙ୍କ ମଧ୍ୟରେ ମହାନଦୀ ବିହାରରୁ ୫ଜଣ, କ୍ୟାଣ୍ଟନମେଣ୍ଟ ରୋଡ୍, ଚାଉଳିଆଗଞ୍ଜରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ୪୦ ଜଣଙ୍କ ମଧ୍ୟରେ ଜଗତପୁରରୁ ୫ ଜଣ, ଗୋପାଳପୁର, ସିଡିଏ ସେକ୍ଟର-୬ରୁ ୩ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking