40.1 C
Bhubaneswar
Thursday, April 25, 2024
Homeଓଡିଶାଆନ୍ଦ୍ର ସରକାରଙ୍କ କବଜାରେ ଓଡିଶାର ୯୦ ହେକ୍ଟର ଚାଷଜମି

ଆନ୍ଦ୍ର ସରକାରଙ୍କ କବଜାରେ ଓଡିଶାର ୯୦ ହେକ୍ଟର ଚାଷଜମି

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାପଲଡା ପଞ୍ଚାୟତର ରେବତୀ ଗୁଡା ଗ୍ରାମ ଆନ୍ଦ୍ର ସୀମାନ୍ତରେ ରହିଅଛି I ଏହି ଗ୍ରାମର ଆନ୍ଦ୍ରକୁ ଲାଗି ରହିଥିବା ଚାଷ ଜମିକୁ ଆନ୍ଦ୍ର ସରକାର ୯୦ ହେକ୍ଟର ଚାଷ ଜମିକୁ କୋଵଜା କରିଥିବାରୁ ଅଭିଯୋଗ ହୋଇଥିଲା I ଗୋତ ୧୯୯୩ ମସିହାରେ ତତ୍କାଳିନ କୋରାପୁଟ ଜିଲ୍ଲାପାଳଙ୍କ ଅନୁମତିରେ ଏହି ସ୍ଥାନରେ ଲୋକେ ରହିବା ପାଇଁ ଅନୁମତି ପାଇ ସେଠାରେ ବସବାସ କରି ଆସୁଛନ୍ତି I ପ୍ରତ୍ୟକ ବର୍ଷ ଆନ୍ଦ୍ର ସୀମାନ୍ତକୁ ଲାଗି ରହିଥିବା ଜମିରେ ପ୍ରତ୍ୟକ ବର୍ଷ ଚାଷ କରି ପରିବାର ମେଣ୍ଟାଇଥାନ୍ତି I ସେହିପରି ଚଳିତ ବର୍ଷ ମଧ୍ୟ ଉକ୍ତ ସୀମାନ୍ତ ଜମିରେ ଗୋତମାସ ଚାଷ କରିବା ପାଇଁ ଉକ୍ତ ଜମିରେ ହଳ ଲଙ୍ଗଳ କରିବା ପାଇଁ ଯାଇଥିବାରୁ ଆନ୍ଦ୍ରର ବନ ବିଭାଗ ଅଧିକାରୀ ମାନେ ଉକ୍ତ ଚାଷ ଜମିରେ କାଜୁ ଲଗାଇ କାଜୁ ଚାଷ ବର୍ଷକୁ ଅଳ୍ପ ଅଳ୍ପ ଲେଖାଏଁ ଅକ୍ତିଆର କରି ଚାଷ କରି ଜମିକୁ କୋଵଜା କରିଥିବାରୁ ଜମିରେ ଚାଷ କରିବା ପାଇଁ ମନା କରି ଚାଷ ଜମିରୁ ତୋଡ଼ିଦେଇଥିଲା I ସେଠାରେ ଆନ୍ଦ୍ର ସରକାରଙ୍କ ବନ ବିଭାଗର ଅଧିକାରୀଙ୍କ ସହ ପାଟିତୁଣ୍ଡ ମଧ୍ୟ ହୋଇ ଥିଲେ I ସେଠାରୁ ରେବତୀ ଗୁଡା ଗ୍ରାମର ଲକେ ଫେରି ଆସି ବାଧ୍ୟହାଇ ବନ୍ଧୁଗାଁ ତୋହସିଲ କାର୍ଯ୍ୟଳୟ ଠାରେ ଲିଖିତ ଭାବରେ ଜଣାଇଥିଲେ I ସୋମ୍ବେଦନ ଶିଳ ପ୍ରସଙ୍ଗ ହୋଇଥିବାରୁ ବନ୍ଧୁଗାଁ ତୋହସିଲଦାର ସଦାଶିବ ଭତ୍ରା,ରାଜଶ୍ଵ ବିଭାଗର ସୁପର ଭାଇଜର ଭାସ୍କୋର ଚନ୍ଦ୍ର ଗୋମାଙ୍ଗ,ରାଜଶ୍ଵ ନିରୀକ୍ଷକ ଅର୍ଜୁନ ବିଲେଇପଡ଼ା, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅଧିକାରୀ ଗୋପୀ ଜାନି ଏଫ.ଅର.ଏ. ସଂଯୋଜକ ଏମ. ଯୋଗଦୀଶ, ଆଲୋମଣ୍ଡା ବନପାଳ ଅଜିତ ଖରା,ରେବତୀଗୁଡା ଫୋରେଷ୍ଟବିଟ ଇନଚାର୍ଜ କୃଷ୍ଣପଣ୍ଡା,ପ୍ରମୁଖଙ୍କୁ ନେଇ ୧୦ ଜଣିଆ ଟିମ ପହଞ୍ଚି ଥିଲେ I ରେବତିଗୁଡା ଫୋରେଷ୍ଟ ବିଟ ଅଧିନରେ ୨୨୬୧,୪୬ ହେକ୍ଟର ଜଙ୍ଗଲ ଜମି ରହିଥିବା ବେଳେ ୯୦ ହେକ୍ଟର ଜମିରେ ଆନ୍ଦ୍ର ଅକ୍ତିହାର କରିଛି I ବହୁବର୍ଷ ଧରି ରହିଥିବା ସତ୍ବେ ଜଙ୍ଗଲ ଜମି ପୋଟା ମିଳୁ ନଥିବା ନିୟମିତ ପୈଠ କରୁଥିବା ରାଜଶ୍ଵ ଅଧିକାରିଙ୍କୁ ଗ୍ରାମବାସି କହିଛନ୍ତି I ଯଦି ଆମ ଚାଷ ଜମି ଆନ୍ଦ୍ର ନେଇଯିବ ତାହାହେଲେ ଆମେ କେମିତି ବଞ୍ଚିବୁ ତାହା ପ୍ରଶ୍ନ କରିଛନ୍ତି I ଏହି ବିଷୟରେ ଗ୍ରାମସୀଙ୍କ ସହ ଆଲୋଚନା କରି ଅଧିକାରୀ ମାନେ ଘଟଣା ସ୍ତଳକୁ ଯାଇ ତଦନ୍ତ କରିଥିଲେ I ବନ୍ଧୁଗାଁ ବ୍ଲକ ତୋହସିଲଦାର ଓ ବନ ବିଭାଗ ମିଶି ମ୍ୟାପ ଦେଖି ଆନ୍ଦ୍ର ଜମିକୁ ଜବର ଦୋଖୋଲ କରିଥିବା ସ୍ପଷ୍ଟ କରିଥିଲେ I ତେବେ ଏହି ଜମି ଗୋଟିଏ ଦିନରେ ହୋଇନାହିଁ ଅଳ୍ପ ଅଳ୍ପ କରି ଜମିକୁ ନେଇ ଅକ୍ତିଆର କରି ଆନ୍ଦ୍ର ନିଜ ସୀମା ଡେଇଁ ଆଗକୁ ଆଗକୁ ମାଡି ଆସିଥିବାର ଜଣାପଡିଛି I ଲୋକଙ୍କ ଅଭିଯୋଗରେ ସତ୍ୟତା ରହିଛି, ତେଣୁ ଏହି ବିଷୟରେ ଜିଲ୍ଲା ପାଳଙ୍କୁ ରିପୋର୍ଟ ତୋଦନ୍ତ ପାଇଁ ଦିଆଯିବ ବୋଲି ତୋହସିଲଦାର କହିଛନ୍ତି I ରେବତୀ ଗୁଡ଼ାରେ ୮୪ ଏକର ଚାଷ ଜମି ରହିଥିବାବେଳେ ଅନାବାଦୀ ଜମି ୩୯୫ ଏକର ରହିଛି I ଏହି ଅନାବାଦୀ ଜମିରେ ଗ୍ରାମବାସୀ ବର୍ଷ ବର୍ଷ ଧରି ଚାଷ କରି ନିର୍ଭର କରି ଆସୁଛନ୍ତି I ଆନ୍ଧ୍ର ପର୍ବତି ପୁରମ ମାନ୍ୟମ ଜିଲ୍ଲାର ବନ ବିଭାଗ ଅଧିକାରୀ ଓଡିଶାରେ ବେଆଇନ ଭାବେ ପୋସିଥିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କୋରାଯିବ ବୋଲି ବନ୍ଧୁଗାଁ ତହସିଲଦାର ଶ୍ରୀ ସଦାଶିବ ଭତ୍ରା କହିଛନ୍ତି I ପୂର୍ବରୁ ଆନ୍ଧ୍ର ବିବାଦୀୟ କୋଟିୟାକୁ ନିଜର କରିବାକୁ ପ୍ରାଣେ ପ୍ରାଣେ ଚେଷ୍ଟା ଜାରି ରଖିଥିବା ନଯିରୀ ଆସିଥିବା ବେଳେ ଏବେ କୋରପୁଟ ଜିଲ୍ଲା ବନ୍ଧୁଗାଁ ସୀମାନ୍ତ ବର୍ତୀ ଜୁଙ୍ଗଲ ଜମିକୁ ଆକ୍ତିଆର କରି ବା ଉଦ୍ୟମ ଜାରିକରି ନୂତନ ଭାବେ ଘୋଟିତ ହାଇଥିବା ପାର୍ବତୀ ପୁରମ ମନ୍ନ୍ୟାମ ଜିଲ୍ଲାରେ ସାମିଲ କରିବାକୁ ଉଦ୍ୟମ ଚଳାଉଥିବା ଆଉଏକ ନାମୁନା ଦେଖିବାକୁ ମିଳିଛି, ଉକ୍ତ ସ୍ଥାନରେ କପୋଲୋଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ କାଡ୍ରାକା ଗୁମ୍ଫା, କେ. ଲଛା ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ I ଏଥିରେ ଲୋଷ୍ମୀପୁର ନିର୍ବାଚନ ମଣ୍ଡଳିର କଂଗ୍ରେସ ଦଳ ପକ୍ଷରୁ ଆଶାଇ ଭାବରେ ବିଧାୟୋକ ବ୍ୟକ୍ତି ପବିତ୍ର ସାଉନ୍ତା ଓ ପୂର୍ବତନ ଜିଲ୍ଲା ପରିସଦ ଲଛା ବେନିଆ ଓ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଗଣ ଉପସ୍ଥିତ ରହି ନିଜ ଗାଁର ଜମି ମାଟି ପାଇଁ ଲୋଡୁଥିବା ଦେଖା ଦେଇଛି,

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking