28.1 C
Bhubaneswar
Thursday, March 28, 2024
Homeଓଡିଶାଆଜି ବଲାଙ୍ଗିର ଜିଲ୍ଲାରେ ୯ ସଂକ୍ରମିତ ଚିହ୍ନଟ, ସହରରେ ଜଣେ

ଆଜି ବଲାଙ୍ଗିର ଜିଲ୍ଲାରେ ୯ ସଂକ୍ରମିତ ଚିହ୍ନଟ, ସହରରେ ଜଣେ

 
ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲାରେ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି । ସହରରେ ସ୍ଥାନୀୟ ସଂକ୍ରମଣ ବଢ଼ି ବଢ଼ି ଚାଲୁଥିବା ବେଳେ ନୂତନ ଭାବେ କ୍ଲବ୍‌ପଡ଼ାକୁ ସଂକ୍ରମଣ ବ୍ୟାପିଛି । କ୍ଲବ୍‌ପଡ଼ାରେ ଜଣେ ୫୮ ବର୍ଷୀୟ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ଏହାସହ ବଲାଙ୍ଗିର ବ୍ଲକ୍ ବରକାନୀ ପଂଚାୟତରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଜଣେ ୩୮ ବର୍ଷୀୟ ମହିଳା ସଂକ୍ରମିତ ହୋଇଛନ୍ତି । ମୁରିବାହାଲ ବ୍ଲକ୍ ଚଲାବାହାଲ ଗ୍ରାମରେ ଜଣେ ପୁରୁଷ ଓ ଜଣେ ମହିଳା ରାୟପୁର ଫେରନ୍ତା ପୋଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଉଭୟ ସଂଗରୋଧରେ ରହିଛନ୍ତି । ଉଭୟଙ୍କ ବୟସ ଯଥାକ୍ରମେ ୭୫ ଓ ୬୦ ବୋଲି ଜଣାପଡ଼ିଛି । ଚାଂଟୁମାଲ ଗ୍ରାମର ଜଣେ ୨୪ ବର୍ଷୀୟ ପୁରୁଷ ବିଶାଖାପାଟନମ୍ ଫେରନ୍ତା ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ ଜଣାପଡ଼ିଛି । ସେ ଗତ ୧୫ ଜୁଲାଇରୁ ସଂଗରୋଧରେ ରହିଛନ୍ତି । ତୁରେକେଲା ବ୍ଲକ୍‌ର ଏମ୍‌ଲା ଗ୍ରାମ ପଞ୍ଚାୟତରେ ଜଣେ ୨୦ ବର୍ଷୀୟ ପୁରୁଷ ମହାରାଷ୍ଟ୍ର ଫେରନ୍ତା ସଂକ୍ରମିତ ହୋଇଥିବା ବେଳେ ୧୮ ଜୁଲାଇରୁ ସଂଗରୋଧରେ ରହିଛନ୍ତି । ପୁଇଁନ୍ତଲା ବ୍ଲକ୍‌ର ଦୁଇ ଜଣ ଯଥାକ୍ରମେ ୨୧ ଓ ୩୪ ବର୍ଷୀୟ ପୁରୁଷ ତାମିଲନାଡ଼ୁ ଫେରି ସଂଗରୋଧରେ ଥିବାବେଳେ ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି । ସେହିପରି ପାଟଣାଗଡ଼ର ହୀରାସାଗରପଡ଼ାରେ ଜଣେ ୪୦ ବର୍ଷ ବୟସ୍କା ମହିଳା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଇତିମଧ୍ୟରେ ଜିଲ୍ଲାରେ ଏପର୍ଯନ୍ତ ୩୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ୪୭ ଜଣ ସକ୍ରିୟ ରହିଛନ୍ତି ଏବଂ ୨୬୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking