31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସ୍କୁଲରେ ଆଖିବୁଜା ଗୁଳି; ୫ ଛାତ୍ରଛାତ୍ରୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ସ୍କୁଲରେ ଆଖିବୁଜା ଗୁଳି; ୫ ଛାତ୍ରଛାତ୍ରୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରୁଷ୍ ର ଏକ ସ୍କୁଲରେ ଆଖିବୁଜା ଗୁଳିକାଣ୍ଡ ଘଟିଛି। ଏଥିରେ ୫ ଛାତ୍ରଛାତ୍ରୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି। ୨୦ ଜଣ ବ୍ୟକ୍ତି ଏଥିରେ ଆହତ ହୋଇଥିବା ସୂଚନା ରହିଛି। ରୁଷ୍ର ଗୃହମନ୍ତ୍ରୀ ଏକ ବୟାନ ଜାରି କରି ଏ ନେଇ ସୂଚନା ଦେଇଛନ୍ତି। ରିପୋର୍ଟ ମୁତାବକ, ଘଟଣା ଇଜେବସ୍କ ଅଞ୍ଚଳରେ ଥିବା ଏକ ସ୍କୁଲରେ ଘଟିଛି। ଜଣେ ଅଜଣା ବନ୍ଧୁକଧାରୀ ବ୍ୟକ୍ତି ହଠାତ୍ ସ୍କୁଲ ଭିତରକୁ ପଶିଆସି ଆଖିବୁଜା ଗୁଳି ଚଳାଇଥିଲେ। ସୂଚନା ରହିଛି କି, ବନ୍ଧୁକଧାରୀ ବ୍ୟକ୍ତି ୨ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ତେବେ ଆଶ୍ଚର‌୍ୟ୍ୟର କଥା ହେଲା, ଗୁଳିକାଣ୍ଡ ଘଟାଇବା ପରେ ବ୍ୟକ୍ତି ଜଣକ ନିଜକୁ ମଧ୍ୟ ଗୁଳି କରି ଦେଇଥିଲେ, ଯାହାଫଳରେ କି, ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣକାରୀଙ୍କ ମୃତଦେହକୁ ପୋଲିସ ଜବତ କରି ନେଇଛି। ରୁଷ୍ର ଯାଞ୍ଚ ସମିତି କହିଛି ଯେ ଆକ୍ରମଣକାରୀ ନିଜକୁ ଗୁଳି ମାରିବା ପୂର୍ବରୁ ୯ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ୫ ଛାତ୍ରଛାତ୍ରୀଙ୍କ ସହ ୨ ଶିକ୍ଷକ ଏବଂ ୨ ସିକ୍ୟୁରିଟି ଗାର୍ଡ ଅଛନ୍ତି। ଏହି ଗୁଳିକାଣ୍ଡ ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking