26.1 C
Bhubaneswar
Friday, March 29, 2024
Homeଓଡିଶାବାସୁଦେବପୁର ୯ଟି ପଂଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା

ବାସୁଦେବପୁର ୯ଟି ପଂଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ୯ଟି ପଂଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୯ଟି ପଞ୍ଚାୟତର ୨୨ଟି ଗାଁକୁ ୪ଟି ଜୋନ୍‌ରେ ଭାଗ କରି କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଜୋନ୍‌-୧ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଲରତାଳ ପଂଚାୟତ । ଜୋନ୍‌-୨ରେ ଖରିଡ଼ା ବିନାୟକ ପୁର ଓ ଗୁଆଗାଡ଼ିଆ ପଂଚାୟତ । ଜୋନ୍‌-୩ରେ ଲକ୍ଷ୍ମୀଦାସପୁର, ବାଲିମେଡ଼ । ଜୋନ୍‌-୪ରେ ଅଧୁଆନ ପଂଚାୟତ । ସଂପୃକ୍ତ ଅଂଚଳକୁ କେହି ଯାଇପାରିବେନି କି ଆସି ମଧ୍ୟ ପାରିବେନି । ସଂପୃକ୍ତ ଅଂଚଳର ବାସିନ୍ଦା ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ । ସଂପୃକ୍ତ ଅଂଚଳରେ ଥିବା ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ କରାଯାଇଛି । ବାସୁଦେବପୁର ବ୍ଲକ୍‌ରୁ କରୋନା ପଜେଟିଭ୍ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
https://onakhabar.com/2020/04/22/3more-corona-positive-cases-identified-in-state/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking