31.1 C
Bhubaneswar
Friday, March 29, 2024
Homeଓଡିଶା୯ ଦାଦନ ଉଦ୍ଧାର : ସର୍ଦ୍ଦାର ଫେରାର

୯ ଦାଦନ ଉଦ୍ଧାର : ସର୍ଦ୍ଦାର ଫେରାର

ସିନ୍ଧେକେଲଲା: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ପୁଲିସ୍ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ନୂଆଗାଁର ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏମାନେ କଣ୍ଟାବାଞ୍ଜି ଯାଉଥିବା ଯାତ୍ରୀବାହୀ ବସ୍‌ରେ ଚାଲାଣ ହେଉଥିବା ବେଳେ ପୁଲିସ୍ ଏମାନଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ହେଲେ ଡୁଲମଣି ବାଗ(୬୦), ରେବତୀ ଦୋରା(୨୨), ପଙ୍କଜ କଟା(୫୦), କେଶବ ବାଗ(୨୫), ପଦ୍ମା ଦୋରା(୪୦), ମିଥିଲା ଦୋରା(୪୫), କୌଶଲ୍ୟା ବାଗ(୫୦), ପାର୍ବତୀ ଦୋରା(୪୦), ଟିକେଶ୍ୱରୀ ଦୋରା(୨୦) । ତେବେ ଏମାନଙ୍କୁ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ଫେରାର ହୋଇଯାଇଛି । ଏସମ୍ପର୍କରେ ପୁଲିସ୍ ଏକ ମାମଲା ରୁଜୁ କରି ୯ଜଣ ଦାଦନ ଶ୍ରମିକଙ୍କୁ ନିଜ ଗାଁରେ ନେଇ ଛାଡ଼ିଥିବା ସିନ୍ଧେକେଲା ଥାନା ଆଇଆଇସି ଅନନ୍ତ କୁମାର ପ୍ରଧାନ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking