28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ଟପିଲା : ୨୪ଘଣ୍ଟାରେ ୨୮ହଜାର ୪୯୮ଜଣ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ଟପିଲା : ୨୪ଘଣ୍ଟାରେ ୨୮ହଜାର ୪୯୮ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଭୟଙ୍କର ହେଉଛି କରୋନା। ଦିନକୁ ଦିନ ଦେଶରେ କରୋନା ସ୍ଥିତି ଗମ୍ଭୀର ହେଉଛି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬ହଜାର ୭୫୨କୁ ବୃଦ୍ଧିପାଇଛି । ମୃତ୍ୟୁ ସଂଖ୍ୟା ୨୩ହଜାର ୭୨୭କୁ ବୃଦ୍ଧିପାଇଛି । ୨୪ଘଣ୍ଟାରେ ୨୮ହଜାର ୪୯୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାେବେଳ ୫୫୩ଜଣ ସଂକ୍ରମିତଙ୍କ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଦେଶରେ ୩ଲକ୍ଷ ୧୧ହଜାର ୫୬୫କରୋନା ଆକ୍ରାନ୍ତଙ୍କ ଚିକିତ୍ସିତ ହେଉଛନ୍ତି । ୫ଲକ୍ଷ ୭୧ହଜାର ୪୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ୨ଲକ୍ଷ ୬୦ହଜାର ୯୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ହଜାର ୪୮୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
କରୋନା ସଂକ୍ରମିତ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଆମେରିକା ଓ ବ୍ରାଜିଲ ପରେ ଭାରତରେ ପ୍ରତିଦିନ ସର୍ବାଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି। ଅନ୍ୟପଟେ ଭାରତରେ ଆମେରିକାଠାରୁ ଅଧିକ ମୃତ୍ୟୁ ଘଟୁଛି। ସେହିପରି ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧.୩୨ କୋଟିକୁ ବୃଦ୍ଧି ପାଇଛି ଓ ୫.୭୫ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୭୬.୯୬ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking