29.1 C
Bhubaneswar
Saturday, April 20, 2024
Homeଓଡିଶାଫେବୃଆରୀ ୮ରେ ଦିଲ୍ଲୀ ନିର୍ବାଚନ

ଫେବୃଆରୀ ୮ରେ ଦିଲ୍ଲୀ ନିର୍ବାଚନ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଫେବୃଆରୀ ୮ରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ୧୧ରେ ହେବ ଭୋଟ ଗଣତି ବୋଲି ଆଜି ଭାରତର ନିର୍ବାଚନ କମିଶନର ଘୋଷଣା କରିଛନ୍ତି । ଆସନ୍ତା ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୧ରେ ନାମାଙ୍କନ ଦାଖଲର ଶେଷ ତାରିଖ ରଖାଯାଇଛି । ଆଜିଠାରୁ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଦିଲ୍ଲୀ ବିଧାନସଭାର ୭୦ଟି ଆସନ ରହିଛି । ଏହି ୭୦ଟି ଯାକ ଆସନରେ ଏକକାଳୀନ ଗୋଟିଏ ଦିନରେ ଭୋଟ ଗ୍ରହଣ କରାଯିବ । ପର୍ଯ୍ୟାୟକ୍ରମେ ଆଉ ଭୋଟ ହେବନାହିଁ । ଜାନୁୟାରୀ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଓ ୨୪ରେ ପ୍ରାର୍ଥୀପତ୍ର ପତ୍ୟାହାର ଶେଷ ତାରିଖ ରଖାଯାଇଛି । ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ।
ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ । ନିର୍ବାଚନ କାର୍ଯ୍ୟରେ ୯୦ ହଜାର ଅଧିକାରୀ ନିଯୁକ୍ତ ହେବେ । ୧୩ ହଜାର ଭୋଟ କେନ୍ଦ୍ର କରାଯିବ ।
ବର୍ତ୍ତମାନ ଦିଲ୍ଲୀର ରାଜନୈତିକସ୍ଥିତି ଯାହା ସେଥିରେ ଅରବିନ୍ଦ କେଜରିୱାଲଙ୍କ ଆପ ସରକାର ପୁଣି ଥରେ କ୍ଷମତାକୁ ଫେରିବ କି ନାହିଁ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । ବିଜେପି ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ରହିଛି । କେନ୍ଦ୍ରରେ ସରକାର ଗଠନ କରିଥିଲେ ବିଜେପି ଫେଲ ମାରିଛି । ଦିଲ୍ଲୀରେ ସରକାର ନ ଥିବାରୁ କେନ୍ଦ୍ରରେ ସରକାର ଗଠନ ନେଇ ଅନେକ ସମୟରେ ବିଜେପିକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସାଧାରଣ ନିର୍ବାଚନ ପରେ ବିଭିନ୍ନ ରାଜ୍ୟରେ ଯେଉଁ ନିର୍ବାଚନ ହୋଇଛି ସେଥିରେ ବିଜେପି କ୍ରମାନ୍ୱୟରେ ଫେଲମାରିବାରେ ଲାଗିଛି । ଏଣୁ ଦିଲ୍ଲୀରେ କଣ ସ୍ଥିତି ହେଉଛି ତାହା ଦେଖିବା କଥା । ନାଗରିକ ସଂଶୋଧନ ଆକ୍ଟ (ସିଏଏ)କୁ ନେଇ ଦିଲ୍ଳୀ ସମେତ ଜାରିଆଡ଼େ ହିଂସା ଦେଖାଦେଇଛି । ବିଜେପି ବିରୋଧରେ ଜୋରଦାର ପ୍ରତିବାଦ ଚାଲିଛି । ସିଏଏ ପରେ ପ୍ରଥମ ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି । ଯଦିଓ ସିଏଏ ଚାଲିଥିବା ସମୟରେ ଝାଡ଼ଖଣ୍ଡ ନିର୍ବାଚନ ହୋଇଥିଲା ସେଥିରେ ବିଜେପି ଫେଲ ମାରିଛି । ଜାଡ଼ଖଣ୍ଡ ନିର୍ବାଚନ ଆରମ୍ଭ ହୋଇ ସାରିଥିବା ପରେ ଶେଷ ପର୍ଯ୍ୟାୟ ନିର୍ବାଚନ ବେଳକୁ ସିଏଏ ଲାଗୁ ହୋଇଥିଲା । କିନ୍ତୁ ଦିଲ୍ଲୀ ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ହୋଇ ସାରିଛି । ବିଜେପି ପାଇଁ ଏହା ଏକ ପରୀକ୍ଷା ବୋଲି କୁହାଯାଉଛି ।
ଗତ ୨୧୫ ନିର୍ବାଚନରେ ୭୦ଟି ବିଧାନସଭା ଆସନ ମଧ୍ୟରୁ ଆମ ଆଦମି ପାର୍ଟି (ଏଏପି) ଏକାକୀ ୬୭ଟି ଆସନ ପାଇଥିଲା ବେଳେ ବିଜେପି ମାତ୍ର ୩ଟି ଆସନ ପାଇଥିଲା । କଂଗ୍ରେସ ଖାତା ଖୋଲି ପାରି ନ ଥିଲା । ଏହାର ପୂର୍ବ ନିର୍ବାଚନର ଆପ ମାତ୍ର ୨୮ ଆସନ ପାଇଥିଲା । ବିଜେପି ୩୨ ଆସନ ପାଇଥିଲେ ବି ସରକାର ଗଠନ କରି ପାରି ନ ଥିଲା । ବିଜେପି ବାଟ ରୋକିବା ପାଇଁ କଂଗ୍ରେସ ପାଇଥିବା ୮ଟି ଆସନ ଆପକୁ ବିନା ସର୍ତରେ ସମର୍ଥନ ଦେବା ପରେ କେଜରୱାଲ ସରକାର ଗଠନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking