27.8 C
Bhubaneswar
Friday, April 19, 2024
Homeଓଡିଶାନିମାପଡ଼ାରେ ବାହାର ରାଜ୍ୟର ୮୬୨ ଶ୍ରମିକ ଚିହ୍ନଟ

ନିମାପଡ଼ାରେ ବାହାର ରାଜ୍ୟର ୮୬୨ ଶ୍ରମିକ ଚିହ୍ନଟ

ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ୩୨ଟି ପଂଚାୟତ ଏବଂ ଏନଏସିର ୧୧ଟି ୱାର୍ଡ଼ରେ ବାହାର ରାଜ୍ୟରୁ କାମ ପାଇଁ ଆସି ଫସି ରହିଥିବା ଶ୍ରମିକଙ୍କୁ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇଛି ।
ସୂଚନା ଅନୁଯାୟୀ, ରାଜମିସ୍ତ୍ରୀ, ମାଟି ଖୋଳା ଶ୍ରମିକ, ବିଭିନ୍ନ ଠିକାଦାରଙ୍କ ପାଖେ ରହି କାର୍ଯ୍ୟ କରୁଥିବା ଶ୍ରମିକ, ଇଟାଭାଟି ଶ୍ରମିକ, ଟାଇଲ୍‌, ମାର୍ବଲ ଶ୍ରମିକ, ବିଭିନ୍ନ ବ୍ୟବସାୟିକ ସଂସ୍ଥା ଆଦିରେ ରହି କାର୍ଯ୍ୟ କରୁଥିବା ମୋଟ ୮୬୨ ଜଣ ଶ୍ରମିକଙ୍କୁ ଚିହ୍ନଟ କରାଯାଇଛି । ସେମାନେ ମୁଖ୍ୟତଃ ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ରାଜ୍ୟର ବାସିନ୍ଦା । ମହାମାରି କରୋନା ପାଇଁ ସାରା ଦେଶରେ ଲକ୍ ଡ଼ାଉନ୍ ହୋଇଥିବାରୁ ସେମାନେ ନିଜ ରାଜ୍ୟକୁ ଯାଇପାରୁ ନାହାନ୍ତି । ରୋଜଗାର ନଥିବାରୁ ତିନିବେଳା ଖାଇବା, ପିଇବା ନେଇ ନାନାଦି ଅସୁବିଧା ଉପୁଜୁଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଶ୍ରମିକମାନଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନରେ ରଖି ସେମାନଙ୍କୁ ପ୍ରଶାସନ ତରଫରୁ ଖାଦ୍ୟ, ପାନୀୟ ଯୋଗାଇ ଦିଆଯିବା ପାଇଁ ଲକ୍ ଡ଼ାଉନର ୬ଷ୍ଠ ଦିନ ସୋମବାର ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସାମାଜିକ ଦୂରତା ବଜାୟ ଲାଗି ସେମାନଙ୍କୁ ସଚେତନ କରାଯାଇ ନିମାପଡ଼ାରୁ ନିଜ ରାଜ୍ୟ ଅଭିମୁଖେ ପଳାୟନରୁ ନିବୃତ୍ତ ରହିବା ପାଇଁ ତାଗିଦ୍ କରାଯାଇଛି । ସୋମବାର ନୂଆସନ୍ଥ ଏବଂ ଛଣିଜଙ୍ଗ ପଞ୍ଚାୟତରେ କେତେକ ଶ୍ରମିକଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଥିଲା । ରୋଗୀ, ଭିକ୍ଷୁକ, ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking