37.1 C
Bhubaneswar
Thursday, March 28, 2024
Homeଓଡିଶାପୁଅର ମୃତ୍ୟୁ ପରେ ୮୫ ବର୍ଷୀୟା ବୃଦ୍ଧା ଅଲୋଡ଼ା

ପୁଅର ମୃତ୍ୟୁ ପରେ ୮୫ ବର୍ଷୀୟା ବୃଦ୍ଧା ଅଲୋଡ଼ା

ଭୁବନେଶ୍ୱର : ପୁଅ ମରିଗଲା ବୋଲି ମାଆକୁ ୪ ବର୍ଷ ହେଲା ଘରୁ ତଡ଼ି ଦେଇଛନ୍ତି ବୋହୂ ଓ ନାତି । ଘରକୁ ଗଲେ ନାତି ମାଡ଼ ମାରିବ ବୋଲି ଧମକ ଦେଇ ଘରେ ପୂରାଇ ଦେଉନି । ଏଭଳି ଏକ ଅଭିଯୋଗ ନେଇ ଧଉଳି ଥାନା ଅନ୍ତର୍ଗତ ପଳାସପୁର ଶାସନ ଗ୍ରାମର ୮୫ ବର୍ଷୀୟା ବୃଦ୍ଧା ପ୍ରମିଳା ଦାସ ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରମିଳାଙ୍କ କହିବାନୁଯାୟୀ, ଗତ ୨୦୧୬ରେ ତାଙ୍କ ବଡ଼ ପୁଅ ଅକ୍ଷୟ ମରିଗଲା । ପର ବର୍ଷ ସାନପୁଅ ଅମୂଲ୍ୟ ମଧ୍ୟ ଚାଲିଗଲା । ଦୁଇପୁଅକୁ ବାହୁନି ବାହୁନି ପ୍ରମିଳା ଦିନ କାଟୁଥିବା ବେଳେ ବଡ଼ ବୋହୂ ଆରମ୍ଭ କରିଥିଲା ଅକଥନୀୟ ନିର୍ଯାତନା । ଶେଷରେ ବୋହୂ ନିଜ ବଡ଼ ପୁଅ ରଞ୍ଜନକୁ ଲଗାଇ ଘରୁ ତଡ଼ିଦେଲେ ବୋଲି ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘରେ ରହିବାକୁ ଜାଗା ନ ମିଳିବାରୁ ବାଧ୍ୟ ହୋଇ ପ୍ରମିଳା ଝିଅ ପାଖକୁ ଗଲେ । ଝିଅ ବି କିଛି ଦିନ ରଖିବା ପରେ ଏବେ ତା’ଶାଶୂଘର ଲୋକେ ନାନା କଥା କହୁଛନ୍ତି । ଘରକୁ ଫେରିବାକୁ ଚାହୁଁଥିଲେ ହେଁ ଘରକୁ ଆସିପାରୁନଥିବାରୁ ସେ ପ୍ରଥମେ ଧଉଳି ଥାନାରେ ଅଭିଯୋଗ କରିଥିଲେ । ଥାନା କର୍ତ୍ତୃପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କମିସନ (ଆଇଏଚ୍‌ଆର୍‌ସି) ସହଯୋଗରେ ସେ ଆଜି ଡିସିପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଆଜି ତାଙ୍କ ସହିତ ଓଡ଼ିଶା ଆଇଏଚ୍‌ଆର୍‌ସି ମୁଖ୍ୟ ଶିବସୁନ୍ଦର ସ୍ୱାଇଁ, ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଶଶାଙ୍କ ଶେଖର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ ଧଉଳି ଥାନା କର୍ତ୍ତୃପକ୍ଷଙ୍କୁ ଘଟଣା ସଂପର୍କରେ ପଚରାଯାଇଥିଲେ ହେଁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking