32.1 C
Bhubaneswar
Thursday, March 28, 2024
Homeଓଡିଶାମାତ୍ର ୮ ବର୍ଷର କୁନି ଝିଅ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି

ମାତ୍ର ୮ ବର୍ଷର କୁନି ଝିଅ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି

ବିରିଡ : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ କୂଳକଇଜଙ୍ଗା ଗ୍ରାମ (ବିରିଡି)ର ୮ ବର୍ଷର କୁନି ଝିଅ ସାଇ ସମିକ୍ଷା ସ୍ୱାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସ ରେ ସ୍ଥାନ ପାଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଝିଅର ଏହି ସଫଳତା ପାଇଁ ବାପା ଜନ ରଂଜନ ସ୍ୱାଇଁ ଏବଂ ମା ଶୁଭସ୍ମିତା ସ୍ୱାଇଁ ବହୁତ ଆନନ୍ଦିତ ହେବା ସହ ଝିଅର ଉତରତର ଭବିଶ୍ୟତ ଉଜ୍ଜଳ କାମନା କରିଛନ୍ତି । ତେବେ ୫ ମିନିଟରେ ୨୮ଟି ଦେଶାତ୍ମବୋଧକ  କବିତା କହି ଦେଶର ପ୍ରଥମ ବାଳିକା ଭାବେ ସୁନାମ ଅର୍ଜନ କରିଛନ୍ତି । ଏହି ୮ ବର୍ଷର କୁନି ଝିଅ ସାଇ ସମିକ୍ଷା ସ୍ୱାଇଁ ସେହିପରି ୧୫ ପୃଷ୍ଠା ଜନିତ ୨୮ଟି କବୁିତାକୁ ନିଦ୍ଧାରିତ ସମୟ ୫ ମିନିଟର ପୂର୍ବରୁ ଅର୍ଥାତ ୪ ମିନିଟ ୨୦ ସେକେଣ୍ଡରେ ଶେଷ କରିଛନ୍ତି । ଭବିଶ୍ୟତରେ ସାଇ ଗିନିଜ ବୁକ ଅଫ ଓାର୍ଲ୍ଡ ରେ ସ୍ଥାନ ପାଇବାକୁ ଆଶା ରଖି ନିଜର ପ୍ରଚେଷ୍ଟା ଚଳାଇଛନ୍ତି । କୁନି ଝିଅ ସାଇ ଆଗରୁ ମଧ୍ୟ ବିଭିନ୍ନ ରାଜ୍ୟ ଓ ଦେଶ ସ୍ତରିୟ ପ୍ରତିଯୋଗିତାରେ ଭାଗ ନେଇ ୨୦୦ ରୁ ଉର୍ଦ୍ଧ ପୁରଷ୍କାର ପାଇ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ସଫଳତାର ସମସ୍ତ ଶ୍ରେୟ ତାଙ୍କ ପିତାମାତାଙ୍କୁ ଦେବା ସହ ନିଜ ମା ଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଥିବା କୁହନ୍ତି ସାଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking