34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟ କ୍ୟାବିନେଟ୍‌ରେ ୮ ଗୁରୁତ୍ୱପୂର୍ଣ ନିଷ୍ପତ୍ତି: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ...

ରାଜ୍ୟ କ୍ୟାବିନେଟ୍‌ରେ ୮ ଗୁରୁତ୍ୱପୂର୍ଣ ନିଷ୍ପତ୍ତି: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଓସିଏସ ପରୀକ୍ଷାକୁ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ସିଭିଲ ସର୍ଭିସେସ୍ ଏକ୍ଜାମ ସଂଶୋଧନ ପ୍ରସ୍ତବାକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ ହୋଇଛି । ଏଣିକି ଇଣ୍ଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ ।

ତେବେ ୟୁପିଏସସି ଭଳି ଏଣିକି ଓସିଏସରେ ଗୋଟିଏ ଅପସନାଲ ବ୍ୟବସ୍ଥା ରହିବ । ଆଉ ୨ଟି ନୁହେଁ, ଏଣିକି ଗୋଟିଏ ଅପସନାଲ ବିଷୟ ବାଛିବେ ଆଶାୟୀ ପ୍ରାର୍ଥୀ । ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ ହୋଇଛି ।

ଏଣିକି ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ ପରୀକ୍ଷାର୍ଥୀ । କେତେଥର କେଉଁ ବର୍ଗ ପରୀକ୍ଷା ଦେଇପାରିବେ, ସେନେଇ ସଂଶୋଧନ ହୋଇଛି । ଅଣସଂରକ୍ଷିତ ବର୍ଗ ୪ ଥର ଦେଇପାରୁନଥିଲେ, କିନ୍ତୁ ଏବେ ୬ ଥର ଦେଇପାରିବେ । ଏସସି/ଏସଟି ବର୍ଗ ପୂର୍ବଭଳି ଯେତେଥର ଚାହିଁବେ, ପରୀକ୍ଷା ଦେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking