28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶତିନିଦିନରେ ମଣିପୁରରେ ୮ ମୃତ୍ୟୁ; ପ୍ରଭାବିତଙ୍କ ନିକଟରେ ରାସନ୍ ପହଞ୍ଚାଅ: ସୁପ୍ରିମ୍‌କୋର୍ଟ

ତିନିଦିନରେ ମଣିପୁରରେ ୮ ମୃତ୍ୟୁ; ପ୍ରଭାବିତଙ୍କ ନିକଟରେ ରାସନ୍ ପହଞ୍ଚାଅ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ମଣିପୁର ପୁଣିଥରେ ଜଳିଉଠିଛି । ଚୁରାଚାନ୍ଦପୁର ଏବଂ ବିଷ୍ଣୁପୁର ଜିଲ୍ଲାର ବଫର୍ ଜୋନ୍‌ରେ ଅଗଷ୍ଟ ୨୯ ତାରିଖରୁ ଆରମ୍ଭ ହୋଇଥିବା ହିଂସା ଏବେ ବି ଜାରୀ ରହିଛି । ଏହି ହିଂସାରେ ଗତ ତିନିଦିନ ମଧ୍ୟରେ ୮ ଜଣ ଲୋକ ପ୍ରାଣ ହରାଇଲେଣି । ସେହିପରି ୧୮ ଜଣ ଆହତ ହୋଇଛନ୍ତି ।

ଆଦିବାସୀ ସଂଗଠନ ଆଇଟିଏଲ୍‌ଏଫ୍ ଚୁରାଚାନ୍ଦପୁର ବନ୍ଦ ଘୋଷଣା କରିଛି । ହିଂସାଗ୍ରସ୍ତ ଅଞ୍ଚଳରେ ମହିଳା ସଂଗଠନଗୁଡ଼ିକ ସେମାନଙ୍କୁ ଆଗକୁ ଯିବାକୁ ଦେଉନାହାନ୍ତି ବୋଲି ଆର୍ମି କହୁଛି । ଅନ୍ୟପକ୍ଷରେ ହିଂସା ପ୍ରଭାବିତଙ୍କ ନିକଟରେ ଭୋଜନ, ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ନିମନ୍ତେ ସୁପ୍ରିମ୍‌କୋର୍ଟ ଶୁକ୍ରବାର କେନ୍ଦ୍ର ଓ ମଣିପୁର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜେବି ପାରଦୀୱାଲ୍‌ଙ୍କ ବେଞ୍ଚ୍ ଭିନ୍ନ ଭିନ୍ନ ସଂଗଠନ ଦ୍ୱାରା କରାଯାଇଥିବା ଅବରୋଧର ମୁକାବିଲା ନିଜେ ସରକାର କରନ୍ତୁ ବୋଲି କହିଛନ୍ତି । ଏହା ସହିତ ବିକଳ୍ପ ଭାବେ ପ୍ରଭାବିତ ଅଞ୍ଚଳରେ ରାସନ୍‌ର ଏୟାର୍ ଡ୍ରପିଙ୍ଗ୍ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ରେ ହେବ ।

ଖୋଇରନ୍‌ଟକ୍‌, ଚିଙ୍ଗ୍‌ପେଇ, ଖୋଶୁବଙ୍ଗ ଏବଂ ନାରାୟଣସେନାରେ ଗୁରୁବାର ମୈତେଇ ଏବଂ କୁକି ଆକ୍ରମଣକାରୀଙ୍କ ମଧ୍ୟରେ ହିଂସକ ସଂଘର୍ଷ ଘଟିଛି । ଏହି ଅବସରରେ ମୋର୍ଟାର୍ ଆକ୍ରମଣ ଏବଂ ଫାୟାରିଂରେ ପାଞ୍ଚଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ମଣିପୁରର ଚର୍ଚ୍ଚିତ କୁକି ଗାୟକ ମଙ୍ଗବୋଇ ଲୁଙ୍ଗ୍‌ଡିମ୍ ମଧ୍ୟ ସାମିଲ । ମେ’ ମାସରେ ହିଂସା ଦେଖାଦେବା ପରେ ଲୁଙ୍ଗ୍‌ଡିମ୍ ‘ଆଇ ଗମ୍ ହିଲୋ ହାମ୍‌’ (ଏହା କ’ଣ ଆମ ଭୂମି ନୁହେଁ) ଗୀତ ଲେଖିବା ସହିତ ଗାଇଥିଲେ । ହିଂସାଗ୍ରସ୍ତ ଚୁରାଚାନ୍ଦପୁର ଏବଂ ବିଷ୍ଣୁପୁରରେ ସେନା ମୁତୟନ କରାଯାଇଛି । ଏହାର ବଫର୍ ଜୋନ୍‌ରେ ସିଆର୍‌ପିଏଫ୍ ଏବଂ ଆସାମ ରାଇଫଲ୍ସ ମୁତୟନ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking