27.1 C
Bhubaneswar
Thursday, April 25, 2024
Homeଓଡିଶାକରୋନାରେ ରାଜ୍ୟରେ ୮ ଆକ୍ରାନ୍ତଙ୍କ ମୃତ୍ୟୁ

କରୋନାରେ ରାଜ୍ୟରେ ୮ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ମଧ୍ୟ ପରିଲକ୍ଷିତ ହେଲାଣି । ଆଜି ରାଜ୍ୟରେ କରୋନାରେ ୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗଂଜାମ ଓ କଳାହାଣ୍ଡିରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ବାଲେଶ୍ୱର, ବଲାଙ୍ଗୀର, କନ୍ଧମାଳ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଆଜି ରାଜ୍ୟରେ ୬୨୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୦୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୨୬୧୧ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୬୮୪, କଳାହାଣ୍ଡିରୁ ୬୮୨, ନୂଆପଡାରୁ ୪୪୬, କଟକରୁ ୩୮୩, ପୁରୀରୁ ୩୦୬, ବରଗଡରୁ ୨୬୮, ସମ୍ବଲପୁରରୁ ୨୬୩, ଝାରସୁଗୁଡାରୁ ୨୬୧, ନବରଙ୍ଗପୁରରୁ ୨୫୭, ବଲାଙ୍ଗୀରରୁ ୨୧୧, ଷ୍ଟେଟପୁଲରୁ ୧୯୩, ଅନୁଗୁଳରୁ ୧୭୩, କେନ୍ଦୁଝରରୁ ୧୫୭, ମୟୁରଭଂଜରୁ ୧୧୫, ଭଦ୍ରକରୁ ୮୬, ଯାଜପୁରରୁ ୮୫, ନୟାଗଡରୁ ୮୨, ବାଲେଶ୍ୱରରୁ ୭୯, ରାୟଗଡାରୁ ୭୦, ଗଂଜାମରୁ ୬୭, ସୁବର୍ଣ୍ଣପୁରରୁ ୬୫, ଜଗତସିଂହପୁରରୁ ୬୨, କୋରାପୁଟରୁ ୫୮, ଗଜପତିରୁ ୪୭, କେନ୍ଦ୍ରପଡାରୁ ୪୧, କନ୍ଧମାଳରୁ ୩୪, ଦେବଗଡରୁ ୩୩, ମାଲକାନଗିରିରୁ ୨୧, ବୌଦ୍ଧରୁ ୨୦, ଢେଙ୍କାନାଳରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୬୯୪କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ ୩୯୧୧୭ ରହିଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୫୩ ହଜାର ୫୫୧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking