40.1 C
Bhubaneswar
Thursday, April 25, 2024
Homeଇଞ୍ଜିନିୟରିଂ୨୦୨୧ରେ ଓଜେଇଇ ପରୀକ୍ଷା ଦେଇଛନ୍ତି ୭୯%

୨୦୨୧ରେ ଓଜେଇଇ ପରୀକ୍ଷା ଦେଇଛନ୍ତି ୭୯%

ଭୁବନେଶ୍ୱର: ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୧ ପାଇଁ ପ୍ରାୟ ୭୯ ପ୍ରତିଶତ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ଙଔଋଋ ଅଧିକାରୀମାନେ କହିଛନ୍ତି ଯେ ୨୦୨୦ରେ ଏହା ୭୦ ପ୍ରତିଶତ ଥିଲା । ୨୦୨୧ରେ ଏହି ପରୀକ୍ଷା ଓଡିଶାର ୫୭ ଟି କେନ୍ଦ୍ରରେ ତିନୋଟି ପର‌୍ୟ୍ୟାୟରେ ଏବଂ କୋଲକାତା, ରାଞ୍ଚି ଏବଂ ପାଟନାରେ ଗୋଟିଏ କେନ୍ଦ୍ରରେ କରାଯାଇଥିଲା। ରାଜଧାନୀରେ ପରୀକ୍ଷା ପାଇଁ ଓଜେଇଇ କମିଟି ୧୧ ଟି କେନ୍ଦ୍ର ସ୍ଥାପନ କରିଥିଲା । ଦିନକୁ ତିନିଟି ସିଫ୍ଟରେ ଏହି ପରୀକ୍ଷା ହୋଇଥିବା ବେଳେ ପ୍ରଥମ ସିଫ୍ଟ ସକାଳ ୯ ଟାରୁ ୧୧ ଟା, ଦ୍ୱିତୀୟ ସିଫ୍ଟ ଦିନ ୧୨.୩୦ ରୁ ଅପରାହ୍ନ ୨.୩୦ ଏବଂ ତୃତୀୟ ସିଫ୍ଟ ଅପରାହ୍ନ ୪ ଟାରୁ ୬ ଟା ପର‌୍ୟ୍ୟନ୍ତ ହୋଇଥିଲା ।
ଏମ୍‌ଟେକ୍‌, ଏମ୍‌ଆର୍କ, ଏମ୍‌ପ୍ଲାନ୍‌, ଇଣ୍ଟିଗ୍ରେଟେଡ୍ ଏବିଏ, ବି ଫର୍ମା, ଏମ୍‌ସିଏ, ଏଲ୍‌ଇ ଟେକ୍ (ଡିପ୍ଲୋମା) ସହିତ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ଏହି ପରୀକ୍ଷା ସେପ୍ଟେମ୍ବର ୧୮ ପର‌୍ୟ୍ୟନ୍ତ ଚାଲିବ । ତେବେ କେବଳ ବିଟେକ୍‌ରେ ଆଡ୍‌ମିଶନ୍ ପାଇଁ ଓଜେଇଇ ପରୀକ୍ଷା କରାଯାଉଥିବା ବେଳେ ସେପ୍ଟେମ୍ବର ୧୬ ରେ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ପ୍ରକ୍ରିୟା ଅରରମ୍ଭ ହେବ । ଏହି ବର୍ଷ ମୋଟ ୫୫,୫୦୦ ଛାତ୍ରଛାତ୍ରୀ ଓଜେଇଇ ଏବଂ ସ୍ୱତନ୍ତ୍ର ଓଜେଇଇ ପାଇଁ ନାମ ଲେଖାଇଛନ୍ତି । ଓଜେଇଇ କମିଟିର ଅଧ୍ୟକ୍ଷ ଏସ.କେ ଚାନ୍ଦ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ରରେ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପାଇଁ ସମସ୍ତ କୋଭିଡ -୧୯ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking