34.1 C
Bhubaneswar
Friday, March 29, 2024
Homeଓଡିଶାଆଇ. ଏନ. ଟି. ୟୁ.  ସି ପକ୍ଷରୁ 74ତମ ସ୍ୱାଧୀନତା ଦିବସ ପାଳନ

ଆଇ. ଏନ. ଟି. ୟୁ.  ସି ପକ୍ଷରୁ 74ତମ ସ୍ୱାଧୀନତା ଦିବସ ପାଳନ

ଯାଜପୁର  – ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସହବନ୍ଧିତ ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଙ୍ଘ,ବ୍ୟାସନଗର ମୋଟର ଚାଳକ ସଙ୍ଘ ରେଲୱେ ଷ୍ଟେସନ ନିକଟରେ, କଳିଙ୍ଗନଗର ଅଟୋ ମାଲିକ ସଙ୍ଘ ପକ୍ଷରୁ ଧବଳଗିରି ଠାରେ, ସୁକିନ୍ଦା ରୋଡ ମିନେରାଲ ଲୋଡ଼ିଂ ଅନଲୋଡ଼ିଂ ଲେବର ୟୁନିଅନ ପକ୍ଷରୁ ମାନପୁର ଠାରେ,  ଆଇ ଏନ ଟି ୟୁ ସି ଜିଲ୍ଲା କାର୍ଯ୍ୟାଳୟ ଠାରେ ପୃଥକ ପୃଥକ ଭାବେ 74ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଅଛି ! ଆଇ. ଏନ. ଟି. ୟୁ. ସି. ର ଜିଲ୍ଲା ସଭାପତି ତଥା ଅଣ ସଂଗଠିତ ଶ୍ରମିକ କଂଗ୍ରେସ  ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ସ୍ୱାଧୀନତା ଦିବସ ର ପତାକା ଉତ୍ତୋଳନ କରି କହିଲେ କି ଆଜି ଦେଶରେ କୋଭିଡ -19 ମହାବିପତ୍ତି ରେ ଜନ ସାଧାରଣ ଭୟବିତ୍ତ ଅବସ୍ଥାରେ ଅଛନ୍ତି | କିନ୍ତୁ ବର୍ତମାନ ଦେଶରେ ମଧ୍ୟ୍ୟବିତ୍ତ ପରିବାର, କୃଷକ, କ୍ଷୁଦ୍ର ବ୍ୟବସାୟୀ, ଅସଂଗଠିତ ଶ୍ରମିକ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ! ବିଶେଷ କରି ଦେଶରେ ଆଗାମୀ ଦିନରେ ଶ୍ରମିକ ମାନଙ୍କ ଉପରେ ବିପଦ ପଡୁଛି ଯେଉଁଠାରେ କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତି ରେ ପୁଞ୍ଜିପତି ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସେଥିପାଇଁ ଆଜିର ଶ୍ରମିକ ସମାଜ ଗଣତନ୍ତ୍ର ଓ ସମ୍ବିଧାନ କୁ ରକ୍ଷା କରିବା ସହିତ ଦେଶ କୁ ବଞ୍ଚାଇବାକୁ ଆହ୍ୱାନ ଦେଇଥିଲେ !ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଇ ଏନ ଟି ୟୁ ସି  ର ଜିଲ୍ଲା ସହ ସମ୍ପାଦକ ପରମାନନ୍ଦ ସେଠୀ, ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଙ୍ଘ ର ସାଧାରଣ ସମ୍ପାଦକ ମାଧବ ମହାପାତ୍ର, ଶତ୍ରୁଘନ ମଳିକ, ବ୍ୟାସନଗର ମୋଟର ଚାଳକ ସଙ୍ଘ ସମ୍ପାଦକ ଶ୍ରୀଧର ମଲ୍ଲିକ, ଦେବ କୁମାର ମହାନ୍ତି, ଯୁଧିଷ୍ଠିର ସାମଲ କଳିଙ୍ଗନଗର ଅଟୋ ମାଲିକ ସଙ୍ଘ ର ସାଧାରଣ ସମ୍ପାଦକ ନରହରି ବେହେରା, ବିଚିତ୍ର ପାତ୍ର, ଅମୁଲ୍ୟ ପାତ୍ର, ସମୀର ପାତ୍ର, ସୁକିନ୍ଦା ରୋଡ ମିନେରାଲ ଲୋଡ଼ିଂ ଅନ ଲୋଡ଼ିଂ ଲେବର ୟୁନିଅନ ପକ୍ଷରୁ ଅଭିମନ୍ୟୁ ପାତ୍ର,ନଟବର ସାହୁ, ମିଲୁ ପାତ୍ର, କୁନା ନାୟକ, ସନାତନ ପାତ୍ର,  ଉତ୍ତମ ମହାନ୍ତି  ପ୍ରମୁଖ ସମସ୍ତ ମହାପୁରୁଷ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଗୁଣଗାନ କରିବାସହିତ ସମସ୍ତ  ଶ୍ରମିକ କର୍ମଚାରୀ ମାନଙ୍କ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ବ ଆରୋପ କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking