39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦେଶ ପାଳୁଛି ୭୪ତମ ସ୍ବାଧିନତା ଦିବସ, ମୋଦି କହିଲେ ଏହି କଥା

ଦେଶ ପାଳୁଛି ୭୪ତମ ସ୍ବାଧିନତା ଦିବସ, ମୋଦି କହିଲେ ଏହି କଥା

ନୂଆଦିଲ୍ଲୀ: ଆଜି ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ସେ ନ୍ୟାସନାଲ ଡିଜିଟାଲ ହେଲଥ ମିଶନର ଘୋଷଣା କରିଛନ୍ତି । ଏହି ମିଶନରେ ଦେଶର ସମସ୍ତ ଭାରତୀୟଙ୍କ ଡାଟା ରଖାଯିବ । ଏହାପରେ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଆଇଡ଼ି ମିଳିବ । ଏହାସହ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାସ୍ଥ୍ୟସେବା ମିଳିବ ।
ମହାମାରୀ କରୋନା ପାଇଁ ଦେଶ ସମସ୍ୟା ଦେଇ ଗତି କରୁଛି । କିନ୍ତୁ କରୋନା ପାଇଁ ଦେଶରେ ବୈଜ୍ଞାନିକ କାମ କରୁଛନ୍ତି । ୩ଟି ଭ୍ୟାକ୍ସିନ ପାଇଁ ଦେଶରେ ପରୀକ୍ଷା ଚାଲିଛି ବୋଲି ମୋଦି କହିଛନ୍ତି । ଭ୍ୟାକ୍ସିନ ଆସିଲେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଭ୍ୟାକ୍ସିନ ପହଞ୍ଚିବ । ବୈଜ୍ଞାନିକଙ୍କ ସବୁଜ ସଙ୍କେତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହାସହ ସାର୍ବଭୌମତ୍ୱ ରକ୍ଷା ପାଇଁ ଦେଶ ବଦ୍ଧପରିକର ବୋଲି ମୋଦି କହିଛନ୍ତି । ଲଦାଖରେ ଆମ ଯବାନଙ୍କ ବୀରତ୍ୱ ବିଶ୍ୱ ଦେଖିଛି । ଆତଙ୍କବାଦ ଓ ବିସ୍ତାରବାଦକୁ ଉଚିତ ଜବାବ ଦେବ ଭାରତ । ଏଲଓସିରୁ ଏଲଏସି ଯାଏଁ ଯବାନ ସଜାଗ ଅଛନ୍ତି । ପଡ଼ୋଶୀ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ଚାହେଁ ଭାରତ । ଯିଏ ଯେଉଁପରି ତାକୁ ସେହିପରି ବ୍ୟବାହାର ପାଇଁ ସେନା ପ୍ରସ୍ତୁତ ଅଛନ୍ତି ବୋଲି ମୋଦି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking