32.8 C
Bhubaneswar
Tuesday, April 16, 2024
Homeଓଡିଶାସୋଆରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ସୋଆରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, : ୨୦୨୨ ବର୍ଷ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓ ଶୁଭପ୍ରଦ । ଚଳିତ ବର୍ଷ ଦେଶ ୭୫ତମ
ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ସହ ୭୩ ତମ ଗଣତନ୍ତ୍ର ଦିବସ ମଧ୍ୟ ପାଳନ କରୁଛି । ସେହିପରି ଚଳିତ
ବର୍ଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ବାର୍ଷିକୀ ।
ଏଥିସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହି ବର୍ଷ ୨୫ ବର୍ଷ ପୂରଣ କରିଛି । ତେଣୁ ଏସବୁ ଦୃଷ୍ଟିରୁ ୨୦୨୨
ସୋଆ ପରିବାର ପାଇଁ ଖୁବ୍ ଗର୍ବର ବର୍ଷ ବୋଲି ମତ ରଖିଛନ୍ତି ସୋଆର ପ୍ରୋ-ଚ୍ୟାନ୍‌ସେଲର ପ୍ରଫେସର ଅମିତ
ବାନାର୍ଜୀ ।
୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରିବା
ଅବସରରେ ଏହା କହିଛନ୍ତି ପ୍ରଫେସର ବାନାର୍ଜୀ ।
ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆମ ପାଠ୍ୟକ୍ରମ ସହ ସଂଶ୍ଲିଷ୍ଟ କରିବା ନେଇ ଆମେ ସମସ୍ତେ ଶପଥ କରିବା ଉଚିତ୍
ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଆଗାମୀ ପିଢ଼ି କିଭଳି ଗଣତନ୍ତ୍ର
ଦିବସର ଗାରିମା ଓ ଗୁରୁତ୍ୱକୁ ବୁଝିବେ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ । କୋଭିଡ
ମହାମାରୀର ୨ ବର୍ଷ ଭିତରେ ପିଲାମାନଙ୍କର ପାଠପଢ଼ା ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହେବା ନେଇ ସେ ଉଦ୍‌ବେଗ
ପ୍ରକାଶ କରିଥିଲେ ।
ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ସୋଆ ସାରା ରାଜ୍ୟ ଓ ଦେଶରେ ଉଦାହରଣ ସୃଷ୍ଟି କରିଛି ।
ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ପ୍ରଦାନ କରିବାରେ ସୋଆ ପକ୍ଷରୁ ଉତମ ପଦକ୍ଷେପ ଗ୍ରହଣ
କରାଯାଇଛି । ତେଣୁ ୨୫ ବର୍ଷ ପୂରଣ କରିଥିବା ସୋଆ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କିଭଳି ଆଗାମୀ ବର୍ଷରେ
ଆହୁରି ଉଚ୍ଚକୋଟୀର କାର୍ଯ୍ୟ କରିବ ସେ ଦିଗରେ ସମସ୍ତେ ପ୍ରଚେଷ୍ଟା କରିବା ଉଚିତ୍ ବୋଲି ପ୍ରଫେସର ମହାପାତ୍ର
କହିଥିଲେ ।
ଏହି ଅବସରରେ ପ୍ରୋ-ଭିସି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ,
ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚିଫ୍ ଆଡ୍‌ମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଜଏଂଟ
ରେଜିଷ୍ଟ୍ରାର ଡଃ ଶଶାଙ୍କ ମିଶ୍ର ଓ ସୋଆ ଆଉଟ୍‌ରିଚ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଊପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking