34.1 C
Bhubaneswar
Friday, March 29, 2024
Homeଓଡିଶାକଟକ ସହରରୁ ଆଉ ୭୩ ଆକ୍ରାନ୍ତ ଚିହ୍ନଟ

କଟକ ସହରରୁ ଆଉ ୭୩ ଆକ୍ରାନ୍ତ ଚିହ୍ନଟ

କଟକ: କଟକ ଜିଲ୍ଲାର ୭୬ ନୂଆ କରୋନା ପଜିଟିଭରୁ ୭୩ ଜଣ ସହରରୁ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ କଟକ ସହରରେ କରୋନା ପଜିଟିଭ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି । ମାଲଗୋଦାମ ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନରୁ ୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧,୭୯୪ ପଜିଟିଭରୁ ୧୦ ମୃତ, ୯୧୪ ସୁସ୍ଥ ଓ ୮୭୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୩ ଜଣଙ୍କ ଭିତରୁ  କେବଳ ଜାଲୁଆ ସାହିରୁ ଚିହ୍ନଟ ହେଲେ ୪୩ ଆକ୍ରାନ୍ତ। ୪୩ ଜଣଙ୍କ ଭିତରେ ୨୩ ପୁରୁଷ ଓ ୨୦ ଜଣ ମହିଳା ଅଛନ୍ତି। ସେହିପରି ସୁତାହାଟରୁ ୮, ପ୍ରତାପ ନଗରୀରୁ ୨, ବକ୍ସିବଜାରରୁ ୨, କାଠଗଡ଼ା ସାହିରୁ ୨, ବାଦାମବାଡ଼ିରୁ ୧ ଓ ବିଡ଼ାନାସୀରୁ ୧ ଚିହ୍ନଟ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking