31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୭୧ତମ ସାଧାରଣତନ୍ତ୍ର ଦିବସ : ରାଜପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

୭୧ତମ ସାଧାରଣତନ୍ତ୍ର ଦିବସ : ରାଜପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ରବିବାର ସକାଳେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରୀୟ ଉତ୍ସବର ମୁଖ୍ୟ ଅତିଥି ବ୍ରାଜିଲ୍‌ର ରାଷ୍ଟ୍ରପତି ଜାଇର୍ ବୋଲ୍‌ଜୋନାରୋଙ୍କ ସହ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚିବା ପରେ ତିନି ପ୍ରତିରକ୍ଷା ବଳ ସେମାନଙ୍କୁ ସ୍ୱାଗତ ଜଣାଇ ରାଷ୍ଟ୍ରପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ।

ସେଠାରେ ଉପସ୍ଥିତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ ସହ ୨୧ଟି ତୋପ ସଲାମୀ ଦିଆଯାଇଥିଲା। ପରେ ପରେ ଆକାଶରୁ ଏମ୍‌ଆଇ-୧୭ ଭି-୫ ହେଲିକପ୍ଟର୍ ସବୁ ରାଜପଥରେ ପୁଷ୍ପ ବୃଷ୍ଟି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking