30.1 C
Bhubaneswar
Wednesday, April 24, 2024
Homeଓଡିଶାମାଟିରେ ମିଶିଲା ୭୦ ଦୋକାନ : ଉଚ୍ଛେଦବେଳେ ଉତ୍ତେଜନା, ୧୪୪ ଧାରା ଜାରି

ମାଟିରେ ମିଶିଲା ୭୦ ଦୋକାନ : ଉଚ୍ଛେଦବେଳେ ଉତ୍ତେଜନା, ୧୪୪ ଧାରା ଜାରି

ଭଦ୍ରକ: ଭଦ୍ରକ ବନ୍ତ ଛକରେ ଜବରଦଖଲ କରି ବିଭିନ୍ନ ଦୋକାନ ଘର କରିଥିବା ବ୍ୟବସାୟୀଙ୍କୁ ଆଜି ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛି । ତେବେ ଏହି ଉଚ୍ଛେଦ ବେଳେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ସମୁଦାୟ ଅଞ୍ଚଳରେ ୧୪୪ ଧାରା ଜାରି କରା ଯାଇଛି । ମଙ୍ଗଳବାର ଦିନ ୧୧ ଟା ଠାରୁ ବୁଧବାର ସକାଳ ୮ ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସହରର ବନ୍ତ ଛକରେ ଉଠାଦୋକାନୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜବରଦଖଲ ହଟାଇବାରେ ସଫଳ ହୋଇଛି ପ୍ରଶାସନ । ପୂର୍ବ ସୂଚନାକୁ ଆଧାରକରି ମଙ୍ଗଳବାର ସକାଳେ ଭଦ୍ରକ ପୌରପାଳିକା ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପୁଲିସ, ମାଜିଷ୍ଟ୍ରେଟ ଏବଂ ଜବରଦଖଲ ହଟାଇବା ଯନ୍ତ୍ର ଏବଂ ଶ୍ରମିକଙ୍କୁ ନେଇ ବନ୍ତ ଛକରେ ପହଞ୍ଚିଥିଲେ ।

ତେବେ ଜବରଦଖଲ ହଟାଇବା ଆରମ୍ଭ ହେବା ମାତ୍ରେ ପୂର୍ବ ଭଳି କିଛି ଜବର ଦଖଲକାରୀ ପ୍ରଶାସନର ଏହି କାର୍ଯ୍ୟକୁ ବିରୋଧ କରି ଉଚ୍ଛେଦ ପ୍ରକ୍ରିୟାରେ ରୋକ ଲଗାଇବାକୁ ପ୍ରୟାସ କରିଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ପୂର୍ବଭଳି ତୀବ୍ର ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ଉପସ୍ଥିତ ପୁଲିସ କିଛି ବିରୋଧକାରୀଙ୍କୁ ସରକାରୀ ଉଚ୍ଛେଦରେ ବାଧାସୃଷ୍ଟି କରୁଥିବା ଅଭିଯୋଗରେ ଅଟକ ରଖି ଜବରଦଖଲ ହଟାଇବା କାର୍ଯ୍ୟ କରିଥିଲେ । ପରେ ସବୁ ଦୋକାନକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଥିଲା ପ୍ରଶାସନ । କେତେକ ଦୋକାନୀ ଉପାୟ ନପାଇ ଶେଷ ମୁହୂର୍ତ୍ତରେ ନିଜ ଦୋକାନକୁ ନିଜେ ଭାଙ୍ଗି ନେଉଥିବା ଦେଖିବାକୁ ମିଳିଥିଲା ।

ତେବେ ଉଚ୍ଛେଦ ସମୟରେ ପୁଲିସ ଓ ଦୋକାନୀଙ୍କ ମଧ୍ୟରେ ଭିଡ଼ାଓଟରାରେ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ଆହତ ହୋଇଛନ୍ତି । ଏହି ଉଚ୍ଛେଦ ସମୟରେ ୩ ପ୍ଲାଟୁନ୍ ଫୋର୍ସଙ୍କ ସମେତ ଅତିରିକ୍ତ ଏସ୍‌ପି ଶ୍ରୀ ପଣ୍ଡା, ଏସ୍‌ଡିପିଓ ଭଦ୍ରକ ପ୍ରଭାସ ପାଲ, ଟାଉନ ଆଇଆଇସି ଉମାଶଙ୍କର ନାୟକ, ପୁରୁଣାବଜାର ଆଇଆଇସି ଆଲୋକ ଜେନା, ଗ୍ରାମାଞ୍ଚଳ ଥାନା ଆଇଆଇସି ମୃତ୍ୟୁଞ୍ଜୟ ଭୂୟାଁଙ୍କ ସମେତ ୩ ଥାନାର ସବ୍‌ଇନିସ୍ପେକ୍ଟର, ଅତିରିକ୍ତ ସବ୍‌ଇନିସ୍ପେକ୍ଟର ମିଶି ୧୦ଜଣ ମୁତୟନ ହୋଇଥିଲେ । ଉଚ୍ଛେଦରେ ୭୦ରୁ ଊର୍ଦ୍ଧ୍ୱ ଦୋକାନ ଭଙ୍ଗା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking