31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମର୍ମନ୍ତୁଦ ଦୁର୍ଘଟଣାରେ ୭ ମୃତ

ମର୍ମନ୍ତୁଦ ଦୁର୍ଘଟଣାରେ ୭ ମୃତ

ଆଗ୍ରା : ଆଗ୍ରା-ଦିଲ୍ଲୀ ଯମୁନା ଏକ୍ସପ୍ରେସ ୱେରେ ପୁଣି ଘଟିଛି ଭୟାନକ ଦୁର୍ଘଟଣା । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଗତ ରାତିେରେ ଗୋଟିଏ କାର ସହ ତେଲ ଟ୍ୟାଙ୍କର ଧକ୍କା ହୋଇ ଘଟଣା ସ୍ଥଳରେ ୭ ଜଣଙ୍କକର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ୫ ଜଣ ପୁରୁଷ ରହିଛନ୍ତି । ମଥୁରା ଅଲ୍ଲୀଗଡ ବୋର୍ଡର ନୋହୋଜିଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ତେବେ ସମସ୍ତ ମୃତକ ମାନେ ହରିଆଣାର ଜିନ୍ଦ ଅଞ୍ଚଳର ବୋଲି ଜଣାପଡିଛି ।

ନୋଏଡା ପଟୁ ଆସୁଥିବା ଏକ ତେଲ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେବା ପରେ ଗୋଟିଏ ଇନୋଭା କାର ସହ ଧକ୍କା ହୋଇଯାଇଥିଲା । ଘଟଣା ସ୍ଥଳରେ କାର ଭିତରେ ଥିବା ଥିବା ୭ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏନେଇ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଓ ଶବ ଗୁଡିକୁ ଉଦ୍ଧାରେ କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଇ ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking