40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ନୂଆଦିଲ୍ଲୀ: ଆଗ୍ରା-ଦିଲ୍ଲୀ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ନେଇ ବୁଧବାର ଖବର ମିଳିଛି। ମଙ୍ଗଳବାର ରାତିରେ ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେରେ ଏକ ପରିବାରରୁ ଚାରି ଜଣ ଏବଂ ଦୁଇ ସମ୍ପର୍କୀୟଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ କାରରେ ଥିବା ସମସ୍ତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀନାଥ ଦୁଃଖ ପ୍ରକାଶ କରି ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ଘଟଣା ଯମୁନା ଏକ୍ସପ୍ରେସୱେରେ ନୌହଝୀଲ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ କାରରେ ଥିବା ଏକ ଦମ୍ପତି, ତାଙ୍କ ପୁଅ, ୨ ସମ୍ପର୍କୀୟ, କାର ଚାଳକର ମୃତ୍ୟୁ ହୋଇଥିବା ନେଇ ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି। ସୂଚନା ଯୋଗ୍ୟ,  ଗତକାଲି ବିଳମ୍ବିତ ରାତି ୧୧ଟା ସମୟରେ ନୋଏଡାରୁ ଆସୁଥିବା ଟ୍ୟାଙ୍କରର ଏକ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତାର ଆରପାଖକୁ ଓଲଟି ପଡିଥିଲା। ସେହି ସମୟରେ ଆଗ୍ରା ପଟୁ ଆସୁଥିବା ଏକ କାର ସହ ଟ୍ୟାଙ୍କର ଖୁବ ଜୋରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କାରରେ ଥିବା ଯାତ୍ରୀମାନେ ଆଗ୍ରାରୁ ଦିଲ୍ଲୀ ଆଡକୁ ଆସୁଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking