27.1 C
Bhubaneswar
Friday, March 29, 2024
Homeଓଡିଶାଚୀନ୍ ସୀମାରୁ ଗଞ୍ଜାମର ୭ ଶ୍ରମିକ ଉଦ୍ଧାର

ଚୀନ୍ ସୀମାରୁ ଗଞ୍ଜାମର ୭ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର: ଗୃହ କାର୍ଯ୍ୟରେ ନିୟୋଜିତ ନିମନ୍ତେ ଦାଦନ ଖଟିବାକୁ ଯାଇ ଗଞ୍ଜାମର ୭ ଜଣ ଶ୍ରମିକଙ୍କ ଚୀନ୍ ଦେଶର ସୀମା ଟବଙ୍ଗ ନିକଟରେ ଫସିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ସେଠାକାର ଏକ କମ୍ପାନୀର କର୍ମଚାରୀମାନେ ତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ଏହି ଖବର ପାଇ ସମାଜସେବୀ ତଥା ବରୁଣେଶ୍ୱର ନୀଳାଦ୍ରି ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରମୋଦ ରାଉଳ ତାଙ୍କୁ ଉଦ୍ଧାର କରିଥିବା ଆଜି ବ୍ରହ୍ମପୁର ପ୍ରେସ୍ କ୍ଳବରେ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନାଦେଇଛନ୍ତି । ଏପ୍ରିଲ ମାସ ୩୦ ତାରିଖରେ ହିଞ୍ଜିଳି କାଟୁ ନିକଟସ୍ଥ ସାରୁ ଗ୍ରାମର ଗଙ୍ଗାଧର ସେଠୀ, ନବଘନ ଗୌଡ, ସୁଶାନ୍ତ ସେଠୀ, ଶିଶିର ଗୌଡ, ମୁନା ନାୟକ, ସୀମା ଦାସ ଓ ବିଜୟ ସେଠୀ ମୁମ୍ବାଇରେ ରହୁଥିବା ଜଣେ ଠିକାଦାରଙ୍କ ସହ ଯୋଗାଯୋଗ କରିଥିଲେ । ଏହା ପରେ ସେମାନଙ୍କୁ ଗୌହାଟୀରେ ଏକ କମ୍ପାନୀର ଗୃହ କାର୍ଯ୍ୟ କରିବା ପାଇଁ ଉକ୍ତ ଠିକାଦାର କହିଥିଲେ ।

ସେମାନଙ୍କ ପାଇଁ ସେହି ସ୍ଥାନକୁ ଯିବା ନିମନ୍ତେ ଟ୍ରେନ ଟିକଟ୍‌ର ବ୍ୟବସ୍ଥା କରିଥିଲେ । ପରେ ଶ୍ରମିକମାନେ ସେହି ସ୍ଥାନରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ଚୀନ ସୀମା ନିକଟରେ ଥିବା ଏକ କମ୍ପାନୀଙ୍କୁ ନିଆଯାଇଥିଲା । ସେଠାରେ କିଛି ଦିନ କାର୍ଯ୍ୟ କରିବା ପରେ ଉପରୋକ୍ତ ୭ ଜଣ ଶ୍ରମିକଙ୍କୁ ପାଇଖାନା ସଫା କରିବାକୁ କହିବା ସହ ଏକ ଘରେ ବନ୍ଦ କରି ରଖାଯାଇଥିଲା । ସେଠାରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଏହା ସହ ସେଥି ମଧ୍ୟରୁ ୨ ଜଣ ଶ୍ରମିକ ନବଘନ ଗୌଡ଼ ଓ ଶିଶିର ଗୌଡ଼ଙ୍କୁ ସେଠାକାର କମ୍ପାନୀର କିଛି ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଫସି ରହିଥିବା ଶ୍ରମିକମାନେ ସେଠାରୁ ମୁକୁଳିବା ପାଇଁ ଚେଷ୍ଟା କରିଥିଲେ ବି ମୁକୁଳି ପାରି ନଥିଲେ ।

ଶେଷରେ ଏ ଘଟଣା ସମ୍ପର୍କରେ ନିଜ ଗ୍ରାମର ଅରୁଣ ପାତ୍ର ନାମକ ଜଣେ ଯୁବକଙ୍କୁ ଜଣାଇଥିଲେ । ସେ ପୁରୁଷୋତ୍ତମପୁର ନିକଟସ୍ଥ ଚାଟମଣ୍ଡଳି ଗ୍ରାମର ସମାଜସେବୀ ପ୍ରମୋଦ ରାଉଳଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପ୍ରମୋଦ ଉକ୍ତ କମ୍ପାନୀ ସହ ଯୋଗାଯୋଗ କରି ଉପରୋକ୍ତ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଟ୍ରେନ୍ ଯୋଗେ ସେମାନଙ୍କୁ ମେ’ ମାସ ୨୯ ତାରିଖରେ ତାଙ୍କ ଗ୍ରାମ ସାରୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ । ଏହା ସହ ତାଙ୍କ ବକେୟା ୪୮ ହଜାର ଟଙ୍କା କମ୍ପାନୀଠାରୁ ଆଣି ଶ୍ରମିକ ମାନଙ୍କୁ ଫେରାଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking