32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସାନିଟାଇଜର ପିଇ ଗଲା ୭ ଜୀବନ

ସାନିଟାଇଜର ପିଇ ଗଲା ୭ ଜୀବନ

ମସ୍କୋ: ପାର୍ଟିରେ ସାନିଟାଇଜର ପିଇ ଗଲା ୭ଜଣ ଲୋକଙ୍କ ଜୀବନ । ଘଟଣାଟି ଘଟିଛି ରୁଷର ତାତିନସ୍କି ଜିଲ୍ଲାର ଟୋମାଟୋ ଅଞ୍ଚଳରେ । ସୂଚନା ଅନୁଯାୟୀ, ଟୋମାଟୋ ଅଞ୍ଚଳରେ କିଛି ଲୋକ ଭୋଜିଭାତ କରୁଥିଲେ । ଚାଲିଥିଲା ପାର୍ଟି । ପାର୍ଟି ଯେଉଁଠି ଚାଲିଥିବ ସେଠି ମଦ ତ ଥିବ ହିଁ ଥିବ । ଲୋକମାନେ ମଦ ପିଇ ଚାଲିଲେ । ଆଉ ଯେତେବେଳେ ମଦ ସରିଗଲା, ସେତେବେଳେ ନିଶାରେ ହାତ ସଫା ଲାଗି ଥିବା ସାନି ଟାଇଜର ପିଇଲେ । ଏହି ସାନିଟାଇଜରରେ ୬୯ ପ୍ରତିଶତ ମିଥାନୋଲ ରହିଥିଲା ​​ଯାହା ମହାମାରୀ ସମୟରେ ହ୍ୟାଣ୍ଡ କ୍ଲିନର୍ ଭାବରେ ବିକ୍ରି ହେଉଥିଲା। ଏହାକୁ ପିଇବା ପରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଓ କିଛି ଲୋକ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା, ସେଠାରେ ଆଉ ୪ ଜଣ ମୃତ୍ୟୁବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking