27.1 C
Bhubaneswar
Tuesday, September 27, 2022
Homeଦେଶ ବିଦେଶବିଷାକ୍ତ ମଦ ପିଇ ୭ ମୃତ, ୨୦ରୁ ଅଧିକ ଗୁରୁତର

ବିଷାକ୍ତ ମଦ ପିଇ ୭ ମୃତ, ୨୦ରୁ ଅଧିକ ଗୁରୁତର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଲୀଗଡ଼ରେ ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ଚାଲିଛି। ମୃତକଙ୍କ ମଧ୍ୟରେ ଅଲୀଗଡ଼ର ଏଚପି ଗ୍ୟାସ କାରଖାନାର ଟ୍ରକ ଡ୍ରାଇଭରଙ୍କ ସମେତ ଲୋଧା ଅଞ୍ଚଳର କରସୁଆ, ନିମାନା, ହୈଭତପୁର, ଅଣ୍ଡଲା ଗାଁର ଲୋକ ସାମିଲ ଅଛନ୍ତି। ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଅଲୀଗଡ଼ରେ ଆତଙ୍କର ବାତାବରଣ ଖେଳିଯାଇଛି ।

ଏହା ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଅଲୀଗଡ଼ ଜିଲ୍ଲାପାଳ ଚନ୍ଦ୍ରଭୂଷଣ ସିଂହଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ କରାଯାଉଛି। ତଦନ୍ତରୁ ଯେଉଁମାନେ ଦୋଷୀ ବୋଲି ଜଣାପଡ଼ିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଗାଁ ନିକଟରେ ଥିବା ଏକ ଭାଟିରୁ ଲୋକମାନେ ମଦ କିଣି ପିଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାପରେ ଜଣକ ପରେ ଜଣେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଏଚପି ଗ୍ୟାସ କାରଖାନାର ୨ ଜଣ ଡ୍ରାଇଭର ସାମିଲ ଅଛନ୍ତି। ପ୍ରଶାସନିକ ଅଧିକାରୀ ଏବଂ ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking