37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗକରୋନା ସଂକ୍ରମଣ ରୋକିବା ପାଇଁ ୭ଦିନିଆ ବାରିପଦା ବନ୍ଦ

କରୋନା ସଂକ୍ରମଣ ରୋକିବା ପାଇଁ ୭ଦିନିଆ ବାରିପଦା ବନ୍ଦ

ମୟୂରଭଞ୍ଜ : ବ୍ୟବସାୟୀ ସଂଘ ଏବଂ ଯୁବଛାତ୍ର ସଙ୍ଗଠନ ଭଞ୍ଜସେନାର ଆହ୍ଵାନରେ ୭ଦିନିଆ ବାରିପଦା ବନ୍ଦ।ଉଦ୍ଦେଶ୍ୟ ମହତ କିନ୍ତୁ କାର୍ଯ୍ୟକାରୀତା କ୍ଷେତ୍ରରେ ବ୍ୟତିକ୍ରମକୁ ନାପସନ୍ଦ। ତେବେ ଭାରତବର୍ଷରେ ମହାମାରୀ କରୋନା ଭାଇରସ ସଂକ୍ରମଣ ଅନୁଭୂତ ପରେ କାୟାବିସ୍ତାରକୁ ରୋକିବା ଲକ୍ଷ୍ୟରେ ଜାତୀୟ ବିପତ୍ତି ଘୋଷଣା କରାଯାଇ ସରକାରୀ ଭାବେ ଲକଡାଉନ,ସର୍ଟଡାଉନ ଲମ୍ବା ସମୟ ପର୍ଯ୍ୟନ୍ତ ଲାଗି ରହିଥିବାରୁ ବହୁଳ ଭାବରେ ପ୍ରଭାବିତ ହୋଇଛି ଜୀବନଜୀବିକା। ଏଥିରୁ ବାଦପଡିନି ସହର କି ଗାଁ ଗହଳି। ମାତ୍ର ଏବେ ମୟୂରଭଞ୍ଜ ଜିଲ୍ଲାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି କରୋନା । ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦୃତବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଯାହାକୁନେଇ ଗାଁ ଠୁ ସହର ସବୁଠି ଲାଗିରହିଛି ଭୟର ବାତାବରଣ। କରୋନାର ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ସୁରକ୍ଷା ପାଇଁ ଲୋକଡାଉନ,ସର୍ଟଡାଉନ ମାଧ୍ୟମରେ ଗହଳି ରୋକି ସାମାଜିକ ଦୂରତା ପାଳନ କରିବା ଏକମାତ୍ର ବିକଳ୍ପ ବୋଲି ବିବେଚନା କରାଯାଉଛି। ଏହାର ପ୍ରୟୋଗ ଦ୍ଵାରା ପ୍ରଭାବିତ ହେଉଛି ଜୀବିକା। ଏଭଳି ପଦକ୍ଷେପରୁ ସରକାର ଅହରିଯିବା ପରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକମାନେ ମିଳିତ ଭାବେ ଆପନାଉଛନ୍ତି ଏହି ପ୍ରକ୍ରିୟା। ହେଲେ ଏହାର ପାଳନ ବେଳେ ଭୁଲିଯାଉଛନ୍ତି ସାମାଜିକଦୂରତା,ଶୃଙ୍ଖଳା ଆଉ ଶଦ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ। ଯାହା ଆଜି ବାରିପଦା ସହର ସହିତ ଆଖପାଖ ଦୋକାନବାଜାର ବନ୍ଦ କରିବାକୁ ଆଗେଇ ଆସିଥିବା ବ୍ୟବସାୟୀ ସଂଘର କାର୍ଯ୍ୟ କଳାପରେ ଦେଖିବାକୁ ମିଳିଛି। ସୂଚନା ମୁତାବକ କିଛିଦିନ ପୂର୍ବରୁ ବଣିକସଂଘ ୨୭ ତାରିଖରୁ ୩ ଦିନ ଅର୍ଥାତ ୨୯ ତାରିଖ ଯାଏଁ ସହରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଅଣରାଜନୈତିକ ସଂଗଠନ “ଭଞସେନା” ସହ କିଛି ଛୋଟବଡ ସଂଗଠନ ସହରକୁ ୭ ଦିନ ବନ୍ଦର ଡାକରା ଦେଇଥିଲେ । ହେଲେ ଗତ ୨୫ତାରିଖ ଶୁକ୍ରବାର ବନ୍ଦ ପାଳନ ଆରମ୍ଭ ହେବାକୁ ଥିବାବେଳେ କୌଣସି କାରଣରୁ ବନ୍ଦ ଡାକରାକୁ ଘୁଞ୍ଚାଇ ୨୭ସେପ୍ଟେମ୍ବର ରବିବାରରୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ସହରର ସମସ୍ତ ଦୋକାନବଜାର , ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଡାକବାଜି ଯନ୍ତ୍ରଦ୍ୱାରା ଜଣାଇଥିଲେ ମଧ୍ୟ ଗତକାଲି କୋଭିଡ-19 ନିୟମକୁ ବେଖାତିର କରି ସନ୍ଧ୍ୟାସମୟରେ ଏକବାଇକ ଶୋଭାଯାତ୍ରା କରିବା ସହ ୨୭ସେପ୍ଟେମ୍ବର ଠାରୁ ୭ଦିନ ଯାଏଁ ବନ୍ଦ ପାଳନ କରିବା ପାଇଁ କୁହାଯାଇଛି । କିନ୍ତୁ ଯେଭଳି ଭାବରେ ଶୋଭାଯାତ୍ରା କରି କୋଭିଡ୍ ନିୟମକୁ ଉଲଂଘନ କରାଯାଇ ପରୋକ୍ଷରେ କରୋନା ନାମରେ ଉପସ୍ଥିତି ଜାହିର କରି ନେତୃତ୍ୱ ଲଦିବା ପାଇଁ ଉଦ୍ୟମ କରାଯାଇଛି ବୋଲି ଆଲୋଚନା ହେଉଛି।ଯାହାକୁ ସ୍ଥାନୀୟ ଜନସାଧାରଣ ନିନ୍ଦାକରି ଆଲୋଚନା କରୁଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନ କୋଭିଡ-19ନିୟମର ଉଲଂଘନ ସହିତ ଏହି ବଜାରବନ୍ଦ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଏହି ବନ୍ଦକୁ ସ୍ଥାନୀୟ ଜନସାଧାରଣ କେତେ ଦୂର ମାନୁଛନ୍ତି ଏବଂ କରୋନା ସଂକ୍ରମଣ ଚେନକୁ ବ୍ରେକ୍ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ସେହିପରି କୋଭିଡଚେନ୍ ଭାଙ୍ଗିବା ନାମରେ କୋଭିଡ ନିୟମକୁ ଫୁ’ କରିବା ଭଳି ଦାୟିତ୍ବହୀନ ଘଟଣା ସହରବାସୀଙ୍କୁ ଆଚମ୍ବିତ କରିଛି।
ଅନ୍ୟପଟେ ବନ୍ଦ ଡାକରା ପୂର୍ବରୁ ସଂଗଠନ ପକ୍ଷରୁ କୌଣସି ଦୋକାନୀଙ୍କୁ ଦୋକାନ ବନ୍ଦ ପାଇଁ ବାଧ୍ୟ କରାଯିବ ନାହିଁ କିମ୍ବା କେହି ଦୋକାନ ଆଗକୁ ଯାଇ ବନ୍ଦ କରିବାକୁ କହିବେ ନାହିଁ ବୋଲି ଘୋଷଣା କରାଯାଇଥିଲା ବେଳେ ଆଜି ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପୂର୍ବ ଘୋଷଣାକୁ ଦୃଷ୍ଟିରେ ରଖି ପେଟପାଟଣା ପାଇଁ କିଛି କ୍ଷୁଦ୍ର ବ୍ୟବସାୟୀ ଦୋକାନ ଖୋଲିଥିବାରୁ ତାଙ୍କୁ ସଂଗଠନର କିଛି କର୍ମକର୍ତ୍ତା ଧମକଚମକ କରିବା ସହିତ ମାଡ଼ ମାରିଥିବା ଭଳି ଅଭିଯୋଗ ସାମ୍ନାକୁ ଆସିବା ସହିତ ଦୋକାନବନ୍ଦ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ କରୁଥିବାର ଦେଖାଯାଉଛି। ଯାହାକୁନେଇ ବିଭିନ୍ନ ମହଲରେ ନିନ୍ଦା କରା ଯାଇଥିବା ବେଳେ ମାଡମାରିଥିବା ଜଣକୁ ଅଟକ ରଖିଥିବା ବେଳେ ଅନ୍ୟଜଣେ ଖସିଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ପରେ ଘଟଣାସ୍ଥଳରେ ପହଞ୍ଚି ଅଟକଥିବା ଆକ୍ରମଣକାରୀ ଯୁବକକୁ ପୋଲିସ ଥାନାକୁ ନେଇଯାଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking