30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସୁଶାନ୍ତଙ୍କ ‘ଛିଛୋରେ’ ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମ

ସୁଶାନ୍ତଙ୍କ ‘ଛିଛୋରେ’ ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମ

ନୂଆଦିଲ୍ଲୀ: ୬୭ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସେରିମନି ଆଜି ଅନୁଷ୍ଠିତ ହୋଇଯାଇଛି । କରୋନା ଭାଇରସ ମହାମାରୀ ସମୟରେ ଏହି ସେରିମନି ଗୋଟିଏ ବର୍ଷ ବିଳମ୍ବ ହୋଇଛି । ପ୍ରତିବର୍ଷ ୩ ମେ ରେ ଅନୁଷ୍ଠିତ ହେଉଥିବା ଏହି ଆୱାର୍ଡ ସେରିମନି ର ଆୟୋଜନ ନ୍ୟାସନାଲ ମିଡିଆ ସେଣ୍ଟର ରେ ହୋଇଛି । ଯେଉଁଠି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ରାଷ୍ଟ୍ରିୟ ଫିଲ୍ମ ପୁରସ୍କାର ଘୋଷଣା କରିଥିଲେ । ସେରିମନିରେ ୨୦୧୯ରେ ନିର୍ମାଣ ହୋଇଥିବା ଫିଲ୍ମ ପାଇଁ ପୁରସ୍କାର ଘୋଷଣା ହୋଇଥିଲା ।
ଏଥିରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ଦ୍ୱାରା ୧ ଜାନୁୟାରୀ ୨୦୧୯ରୁ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ସାର୍ଟିଫାଏଡ ହୋଇଥିବା ଫିଲ୍ମକୁ ପୁରସ୍କାର ବିତରଣ ପାଇଁ ଏଣ୍ଟ୍ରି ଦିଆଯାଇଥିଲା ।
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ- ସିକ୍କିମ
ବେଷ୍ଟ ବୁକ ଅନ ସିନେମା-ଏ ଗାନ୍ଧିୟାନ ଆଫେୟାର
ବେଷ୍ଟ ଫିଲ୍ମ କ୍ରିଟିକ- ସୋହିନୀ ଚଟ୍ଟୋପାଧ୍ୟାୟ
ନନ ଫିଚର ଫିଲ୍ମ କ୍ୟାଟେଗୋରୀ
ବେଷ୍ଟ ନରେସନ- ୱାଇଲ୍ଡ କର୍ଣ୍ଣାଟକ, ସର ଡେଭିଡ ଅଟେମ୍ବର୍ଗ
ବେଷ୍ଟ ଏଡିଟିଙ୍ଗ-ସଟ ଅପ ସୋନା, ଅର୍ଜୁନ ଗୋରୀସରାଇ
ବେଷ୍ଟ ଅଟୋବାୟୋଗ୍ରାଫୀ-ରାଧା(ମ୍ୟୁଜିକାଲ),
ବେଷ୍ଟ ହିନ୍ଦୀ ଫିଲ୍ମ- ଛିଛୋରେ
ବେଷ୍ଟ ଆକ୍ଟ୍ରେସ- କଙ୍ଗନା ରନୌତ, (ମଣିକର୍ଣ୍ଣିକା ଓ ପଙ୍ଗା)
ବେଷ୍ଟ ଆକ୍ଟର- ମନୋଜ ବାଜପେୟୀ ଓ ଧନୁଷ
ସେହିଭଲି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ୩ ଓଡିଆ ଫିଲ୍ମ ମନୋନୀତ ହୋଇଛି । ‘ଶଲାବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର । ଉଭୟ ଓଡିଆ ଫିଲ୍ମ ଯୁଗ୍ମ ଭାବେ ଶ୍ରେଷ୍ଠ ବିବେଚିତ ହୋଇଛି । ନନଫିଚର ବର୍ଗରେ ଓଡିଆ ଫିଲ୍ମ ଶ୍ରୀକ୍ଷେତ୍ରରୁ ସାହିଯାତ’ ଶ୍ରେଷ୍ଠ ବିବେଚିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking