23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗରାଜ୍ୟରେ ସୁସ୍ଥ ହେଲେ ଆଉ ୬୬୯ କରୋନା ରୋଗୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୬୯ କରୋନା ରୋଗୀ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୬୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୧୨ଜାର ୭୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ମୟୁରଭଞ୍ଜରୁ ସର୍ବାଧିକ ୬୫, ଖୋର୍ଦ୍ଧାରୁ ୫୮, ସୁନ୍ଦରଗଡ଼ରୁ ୫୭, କେଉଁଝରରୁ ୪୮, ଝାରସୁଗୁଡ଼ାରୁ ୪୭, ଅନୁଗୁଳରୁ ୪୪, କଟକରୁ ୪୦, ଜଗତସିଂହପୁରରୁ ୩୮, କେନ୍ଦ୍ରାପଡ଼ାରୁ ୩୧, ଯାଜପୁରରୁ ୨୮, ବରଗଡ଼ରୁ ୨୭, ନୂଆପଡ଼ାରୁ ୨୪ ଓ ସମ୍ବଲପୁର ଜିଲ୍ଲାରୁ ୨୩ଜଣ ରହିଛନ୍ତି। ଅନ୍ୟପଟେ କଳାହାଣ୍ଡିରୁ ୨୦, ବାଲେଶ୍ୱରରୁ ୧୮, ବଲାଙ୍ଗିରରୁ ୧୬, ଗଞ୍ଜାମରୁ ୧୩, ନବରଙ୍ଗପୁରରୁ ୧୨, ଭଦ୍ରକ ଓ ପୁରୀରୁ ୭ ଲେଖାଏଁ, ବୌଦ୍ଧରୁ ୬, ନୟାଗଡ଼ ଓ ସୋନପୁରରୁ ୫ ଲେଖାଏଁ, ଢେଙ୍କାନାଳ ଓ ମାଲକାନଗିରିରୁ ୪ ଲେଖାଏଁ, କନ୍ଧମାଳ ଓ କୋରାପୁଟରୁ ୩ ଲେଖାଏଁ, ଦେଓଗଡ଼ରୁ ୨, ରାୟଗଡ଼ାରୁ ଜଣେ ଓ ଷ୍ଟେଟ ପୋଲରୁ ୧୩ ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୧୯ ହଜାର ୧୦୩ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୩ଲକ୍ଷ ୧୨ଜାର ୭୩୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୭୪୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୪,୫୭୨ ଜଣ ଚିକିତ୍ସିତ ହେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking