33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସୁପରସ୍ପେଡର କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ୫୫ କରୋନା ଆକ୍ରାନ୍ତ ଚିହ୍ନଟ, ଏସ୍‌ସିବିରୁ ୧୧

ସୁପରସ୍ପେଡର କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ୫୫ କରୋନା ଆକ୍ରାନ୍ତ ଚିହ୍ନଟ, ଏସ୍‌ସିବିରୁ ୧୧

କଟକ : କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କରୋନାର ସୁପରସ୍ପେଡର କେନ୍ଦ୍ର ହୋଇଛି । ଆଜି ଗୋଟିଏ ଦିନରେ କର୍କଟକେନ୍ଦ୍ରର ୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଏ ପର୍ଯ୍ୟନ୍ତ କର୍କଟ କେନ୍ଦ୍ରରେ ୭୧ଜଣ କରୋନା ସଂକ୍ରମିତ ହୋଇସାରିଲେଣି । ଏ ନେଇ କଟକ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି କଟକ ଏସ୍‌ସିବି ମେଡିକାଲ୍‌ରୁ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ଟି ହସ୍ପିଟାଲ୍‌ରୁ ମୋଟ୍ ୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଆଜି ଗୋଟିଏ ଦିନରେ ଜିଲ୍ଲାରେ ୭୮ଜଣ ନୂଆ କରୋନା ରୋଗୀ ବାହାରିଛନ୍ତି । କର୍କଟ କେନ୍ଦ୍ରରେ ଗୋଟିଏ ଦିନରେ ୫୫ଜଣ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ପରିସରରେ ଏକପ୍ରକାର କୋକୁଆ ଭୟ ଖେଳିଯାଇଛି । ଅନେକ ଡାକ୍ତର, ସେବିକା କର୍କଟ କେନ୍ଦ୍ରକୁ ଆସିବାକୁ ଭୟ କରୁଛନ୍ତି । ସଂକ୍ରମଣ ରୋକିବା ପାଇଁ କର୍ତ୍ତୃପକ୍ଷ କୌଣସି ତତ୍ପରତା ପ୍ରକାଶ କରୁନଥିବାରୁ ଡାକ୍ତର, ସେବିକା ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ୨୯ତାରିଖରେ କର୍କଟ କେନ୍ଦ୍ରରେ କାର୍ଯ୍ୟରତ ୧୨୩ଜଣ କର୍ମଚାରୀଙ୍କ ସ୍ୱାବ ନମନା ସଂଗ୍ରହ କରାଯାଇଥିଲା । ୩୦ତାରିଖରେ ୮୭ଜଣ ଏବଂ ୧ତାରିଖରେ ୬୯ଜଣ ରୋଗୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ପୂର୍ବରୁ ୧୬ଜଣଙ୍କ ନମୁନା ପଜିଟିଭ ଆସିଥିବାବେଳେ ଆଜି ୫୫ଜଣଙ୍କ ସ୍ୱାବ ନମନା ପଜିଟିଭ ଆସିଛି । କର୍କଟ କେନ୍ଦ୍ରରେ ଦ୍ରୁତଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ କେନ୍ଦ୍ର କର୍ତ୍ତୃପକ୍ଷ ଏଠାରେ ରୋଗୀସେବା ବନ୍ଦ କରିବା ଦିଗରେ କୌଣସି ପଦକ୍ଷେପ ନେଇନଥିବା ସୂଚନା ମିଳିଛି ।

ବତ୍ତର୍ମାନ କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୬କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୪୯୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୯୦ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking