28.1 C
Bhubaneswar
Thursday, March 28, 2024
Homeଅପରାଧ୬୫ ବର୍ଷିୟ ବାପା କଲା ଏପରି କାମ ...

୬୫ ବର୍ଷିୟ ବାପା କଲା ଏପରି କାମ …

ମୁମ୍ବାଇ : ମୁମ୍ବାଇରେ ଏକ ବିଶେଷ ଅଦାଲତ ପ୍ରୋଟେକ୍ସନ ଅଫ ଚିଲ୍ଡେନ ଫର୍ମ ସେକ୍ସୁଆଲ ଅଫେନ୍ସ( ପସ୍କୋ)ଆକ୍ଟ ଅନୁସାରେ ଏକ ୬୫ ବର୍ଷିୟ
ବ୍ୟକ୍ତି ନିଜ ଝିଅ ଓ ନାବାଳିକା ନାତୁଣୀକୁ ଦୁଷ୍କର୍ମ କରିବା କରିଥିବା ଅଭିଯୋଗ ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପିଡୀତ ମହିଳା ଜଣଙ୍କ ଅଦାଲତରେ କହିଛନ୍ତି ଯେ, ଯେତେବେଳେ ସେ ୧୫ ବର୍ଷର ଥିଲେ ସେବେଠାରୁ ତାଙ୍କ ପିତା କାଙ୍କ ସହ ଯୌନ ଉତ୍ପୀଡନ କରିଆସୁଛନ୍ତି ।
ମହିଳା ଜଣକ କହିଛନ୍ତି ଯେ, ସେ ନିଜ ବିବିାହ ପରେ ନିଜ ମାତ ପିତାଙ୍କ ସହ ରହୁଥିଲେ । ସେଠାରେ ତାଙ୍କ ପିତା ତାଙ୍କୁ ଧମକ ଦେଇଥିଲେ ଯେ, ଯଦି ସେ କାହାକୁ ଏହି ବିଷୟରେ କହିବେ ସେ ତାଙ୍କୁ ଓ ତାଙ୍କ ଝିଅକୁ ମାରି ଦେବେ ।

ମହିଳାଙ୍କ ଅନୁସାରେ ସେ ନିଜ ମାଙ୍କ ସହିତ ଘର କାମ କରୁଥିଲେ ଓ ତାଙ୍କ ବାପା ଓ ଭାଇ ଚିତ୍ରକାର ଥିଲେ । ମହିଳା ଜଣକ ଅଦାଲତଙ୍କୁ କହିଛନ୍ତି ଯେ, ସେ ଏହି ଯୌନ ଉତ୍ପୀଡନ ବିଷୟରେ ତାଙ୍କ ପଡୋଶୀଙ୍କୁ କହିଥିଲେ । ଏହାପରେ ସେହି ପଡୋଶୀଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସେ କାହାରିକୁ ଏହି କଥା କହିନାହାନ୍ତି ।

ଏହାପରେ ମହିଳା କହିଛନ୍ତି ଯେ, ୨୦୧୭ ରେ ଦିନେ ମହିଳାଙ୍କ ଝିଅ ଯିଏ ୨ୟ ଶ୍ରେଣୀରେ ପଢୁଛି । ସେ କହିଥିଲା ଯେ, ଅଜା ରାତିରେ ଶୋଇଲା ବେଳେ ତା ସହ ଅଶ୍ଲୀଳତା କରନ୍ତି । ଏହା ଶୂଣିଲା ପରେ ମହିଳା ଜଣକ ତୁରନ୍ତ ପୋଲିସରେ ଯାଇ ରିପୋର୍ଟ ଲେଖାଇଥିଲେ ।

ସବୁ ପ୍ରମାଣକୁ ଆଧାର କରି ନ୍ୟାୟାଧିଶ ରେଖା ଏନ ପନ୍ଧାରେ ଆଇପିସି ଧାରା ୩୭୬(୨) ଅନୁସାରେ ପସ୍କୋ ଆକ୍ଟ ଅନୁସାରେ ଦୋଷୀ କରାଯାଇ ଆଜୀବନ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking