34.1 C
Bhubaneswar
Thursday, April 25, 2024
Homeଓଡିଶା୬୫ ପ୍ରତିଶତ ଲୋକ ମୋଦିଙ୍କ ଉପରେ ସନ୍ତୁଷ୍ଟ, ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ :...

୬୫ ପ୍ରତିଶତ ଲୋକ ମୋଦିଙ୍କ ଉପରେ ସନ୍ତୁଷ୍ଟ, ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ : ସି ଭୋଟର

ନୂଆଦିଲ୍ଲୀ: ମୋଦିଙ୍କ କାମରେ ସାରା ଓଡିଶାବାସୀ ସର୍ବାଧିକ ସନ୍ତୁଷ୍ଟ । ବିଜେପି ଶାସିତ ରାଜ୍ୟଠାରୁ ବି ଓଡିଶାରେ ମୋଦି ବେଶୀ ଗ୍ରହଣୀୟ । ଏନେଇ ଆଇଏଏନଏସ-ସି ଭୋଟର ସର୍ଭେରେ ମୋଦି ଓଡିଶାରେ ସର୍ବାଧିକ ପ୍ରିୟ ବୋଲି ଜଣାପଡିଛି । ସର୍ଭେରୁ ବାହାରି ଥିବା ରିପୋର୍ଟ ଅନୁସାରେ, ସାରା ଦେଶରେ ମୋଦିଙ୍କ କାର୍ଯ୍ୟରେ ହାରାହାରି ୬୫.୬୯ ପ୍ରତିଶତ ସନ୍ତୁଷ୍ଟ । ଦେଶର ଆଭରେଜ ଠାରୁ ଓଡିଶାବାସୀ ମୋଦିଙ୍କ କାମରେ ଯଥେଷ୍ଟ ସନ୍ତୁଷ୍ଟ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମସ୍ତ କାର୍ଯ୍ୟକୁ ଓଡିଶାରେ ୯୫.୬ ପ୍ରତିଶତ ଲୋକ ଗ୍ରହଣ କରନ୍ତି ବୋଲି ସର୍ଭେରେ ପ୍ରକାଶ ପାଇଛି । ୮୪.୮୭ ପ୍ରତିଶତ ଅତ୍ୟନ୍ତ ପ୍ରୀତ ଥିବା ବେଳେ ମାତ୍ର ୨.୨ ପ୍ରତିଶତ ମୋଦିଙ୍କ ଉପରେ ଖୁସି ନୁହଁନ୍ତି ବୋଲି ସୂଚନା ପ୍ରକାଶ ପାଇଛି । ଓଡିଶା ପରେ ହିମାଚଳ ପ୍ରଦେଶ, ଛତିଶଗଡ ଓ ଆନ୍ଧ୍ରରେ ବି ମୋଦି ଅଧିକମାତ୍ରାରେ ଗ୍ରହଣୀୟ । ହିମାଚଳରେ ୯୩.୯୫ ପ୍ରତିଶତ, ଛତିଶଗଡରେ ୯୨.୭୩ ପ୍ରତିଶତ, ଆନ୍ଧ୍ରରେ ୮୩.୬ ପ୍ରତିଶତ ଲୋକ ମୋଦିଙ୍କ ଉପରେ ଖୁସି ରହିଛନ୍ତି । ତେବେ ଓଡିଶା ଭଳି ଛତିଶଗଡ ଓ ଆନ୍ଧ୍ରରେ ବି ଅଣବିଜେପି ସରକାର ଚାଲିଛି । ଅନ୍ୟପଟେ ମୋଦିଙ୍କ କାର୍ଯ୍ୟକୁ ତାମିଲନାଡୁ ଲୋକଙ୍କ ସର୍ବନିମ୍ନ ଗ୍ରହଣୀୟତା ରହିଥିବା ସୂଚନା ମିଳିଛି । ତାମିଲନାଡୁରେ ୩୨.୧୫ ଏବଂ କେରଳରେ ୩୨.୮୯ ପ୍ରତିଶତ ଲୋକ ମୋଦିଙ୍କୁ ପସନ୍ଦ କରନ୍ତି ବୋଲି ଉଲ୍ଲେଖ ରହିଛି ।
ଅନ୍ୟପଟେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଓଡିଶାର ନବୀନ ପଟ୍ଟନାୟକ, ଛତିଶଗଡର ଭୂପେଶ ଭାଗଲେ ଓ କେରଳର ପିନାରୟୀ ବିଜୟନଙ୍କ ମଧ୍ୟରେ କଡା ମୁକାବିଲା ରହିଥିଲା । ହେଲେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ବୋଲି ସର୍ବେକ୍ଷଣରେ ଜଣାପଡିଛି । ଆଉ ସବୁଠୁ କମ ଲୋକପ୍ରିୟତା ଭାବରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ଉତ୍ତରାଖଣ୍ଡର ଟିଏସ ରାଓତ ଓ ପଂଜାବର ଅମରିନ୍ଦର ସିଂ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking