27.5 C
Bhubaneswar
Monday, July 22, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍‌ର ୬୦% କ୍ଷେପଣାସ୍ତ୍ର ଲକ୍ଷ୍ୟଭ୍ରଷ୍ଟ

ରୁଷ୍‌ର ୬୦% କ୍ଷେପଣାସ୍ତ୍ର ଲକ୍ଷ୍ୟଭ୍ରଷ୍ଟ

ୱାଶିଂଟନ: ୟୁକ୍ରେନ୍ ଯୁଦ୍ଧ ଅବସରରେ ପ୍ରାୟ ୬୦ ପ୍ରତିଶତ ଥର ରୁଷ୍ ମିସାଇଲ୍ ବିଫଳ ହୋଇଥିବା ଆମେରିକା ଗୁଇନ୍ଦା ରିପୋର୍ଟ ଆଧାରରେ ଆମେରିକା ଅଧିକାରୀମାନେ ଦାବି କରିଛନ୍ତି । ଫଳରେ ଫେବୃଆରୀ ୨୪ରୁ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଥିଲେ ମଧ୍ୟ ପୁଟିନ୍ ସେନା ସେପରି ଆଖିଦୃଶିଆ ଅଗ୍ରଗତି ହାସଲ କରିପାରି ନାହିଁ । ଏହି କାରଣ ଯୋଗୁଁ ଏକ ବିରାଟ ସୈନ୍ୟବାହିନୀ ସତ୍ତ୍ୱେ ୟୁକ୍ରେନ୍ ବାୟୁସେନାକୁ ନିଷ୍କ୍ରିୟ କରିବାରେ ରୁଷ୍ ବିଫଳ ହୋଇଛି ବୋଲି ଅଧିକାରୀମାନେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି । ତେବେ ରୁଷ୍ ମିସାଇଲ୍‌ର ଏହି ବିଫଳତା ସମ୍ପର୍କରେ ସେମାନେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଦେଇପାରି ନାହାନ୍ତି । ଯୁଦ୍ଧ ଆରମ୍ଭ ପରଠାରୁ ୟୁକ୍ରେନ୍ ଉପରେ ରୁଷ୍ ପକ୍ଷରୁ ସମସ୍ତ ପ୍ରକାରର ପ୍ରାୟ ୧,୧୦୦ ମିସାଇଲ୍ ମାଡ଼ କରାଯାଇଛ ବୋଲି ପେଣ୍ଟାଗନ୍ ପକ୍ଷରୁ ଆକଳନ କରାଯାଇଛି । ତେବେ ଏହା ମଧ୍ୟରୁ କେତୋଟି ଲକ୍ଷ୍ୟ ଭେଦ କରିଛି ଏବଂ କେତୋଟି ବିଫଳ ହୋଇଛି ସେ ସମ୍ପର୍କରେ ଆମେରିକୀୟ ଅଧିକାରୀମାନେ ନିର୍ଦ୍ଦିଷ୍ଟ ତଥ୍ୟ ଦେଇପାରି ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking