33.1 C
Bhubaneswar
Thursday, April 25, 2024
Homeଓଡିଶାଆଜି ସକାଳେ ୬୫ କରୋନା ପଜିଟିଭ୍ ଚିହ୍ନଟ, ଯାଜପୁରରେ ସର୍ବାଧିକ, ରାଜ୍ୟରେ ସଂଖା ପହଂଚିଲା ୭୩୭କୁ

ଆଜି ସକାଳେ ୬୫ କରୋନା ପଜିଟିଭ୍ ଚିହ୍ନଟ, ଯାଜପୁରରେ ସର୍ବାଧିକ, ରାଜ୍ୟରେ ସଂଖା ପହଂଚିଲା ୭୩୭କୁ

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳେ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ବୃଦ୍ଧି ପାଇଛି । ଏ ହନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଆଜି ସକାଳେ ୮ଟି ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଯାଜପୁରରୁ ୩୧, ଗଞ୍ଜାମରୁ ୧୩, କଟକରୁ ୬, କେନ୍ଦ୍ରାପଡ଼ାରେ ୪ଜଣ, ପୁରୀରୁ ୪, ଖୋର୍ଦ୍ଧାରୁ ୩ଜଣ, ମୟୁରଭଞ୍ଜରୁ ୨ ଓ ନୟାଗଡ଼ରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଆଜିର ୬୫ଜଣଙ୍କ ମଧ୍ୟରୁ ୬୨ଜଣ କ୍ୱାରେନଟାଇନ ଥିଲେ ଓ ୩ଜଣ ହୋମ କ୍ୱାରେନଟାଇନରେ ଥିଲେ ବୋଲି ଜଣାପଡ଼ିଛି ।
ଯାଜପୁର ଜିଲ୍ଲାରେ ଆଜିର ୩୧ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୫୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୬୯ଜଣ ଚିକିତ୍ସିତ ହେଉଛନ୍ତି ।
ଗଞ୍ଜାମରେ ଆଜିର ୧୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି, ୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୨୭୪ଜଣ ଚିକିତ୍ସିତ ହେଉଛନ୍ତି ।
ସେହିପରି କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ଅନ୍ୟ ୯ଜଣ ଚିକିତ୍ସିତ ହେଉଛନ୍ତି ।
କେନ୍ଦ୍ରାପଡ଼ାରେ ଆଜିର ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୨୪ଜଣ ଚିକିତ୍ସିତ ହେଉଛନ୍ତି ।
ସେହିପରି ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୭ଜଣ ଚିକିତ୍ସିତ ହେଉଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ୨ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୪୫ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୯ଜଣ ଚିକିତ୍ସିତ ହେଉଛନ୍ତି ।
ମୟୁରଭଞ୍ଜ ଜିଲ୍ଲାରେ ଆଜିର ୨ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ସେହିପରି ନୟାଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୩କୁ ଛୁଇଁଛି । ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୧୬୬ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୫୬୮ ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking