ଭୁବନେଶ୍ୱର : ରାଜ୍ୟରେ ଆଉ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୩୧ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୨୧୬ଜଣ ସ୍ଥାନୀୟ ମାମାଲା ବୋଲି ଜଣାପଡ଼ିଛି । ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ୭୫୭କୁ ବୃଦ୍ଧିପାଇଛି । ଏ ନେଇ ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଆଜି ୨୩ଟି ଜିଲ୍ଲାରୁ ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୨୫ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟରୁ ୮୪ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧରୁ ୬୮, ବାଲେଶ୍ୱରରୁ ୪୦, କୋରାପୁଟରୁ ୨୮ ଓ ସୁନ୍ଦରଗଡ଼ରୁ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ୩୭, ଭଦ୍ରକରୁ ୧୨, ଢ଼େଙ୍କାନାଳ ୧୦,କେନ୍ଦ୍ରାପଡ଼ାରୁ ୧୩, ରାୟଗଡ଼ାରୁ ୪୭ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ମାଲକାଗିରି ଓ ସମ୍ବଲପୁରରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସହିପରି ବରଗଡ଼ରୁ ୪, ବଲାଙ୍ଗୀରରୁ ୫, ଜଗତସିଂହପୁର ୭, ଯାଜପୁରରୁ ୨, କନ୍ଧମାଳରୁ ୫, କେନ୍ଦୁଝରରୁ ୮, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୨ ନୟାଗଡ଼ରୁ ୪, ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ୭୫୭କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୯୭ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ୧୨ହଜାର ୯୦୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୫ହଜାର ୭୧୫ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।