28.1 C
Bhubaneswar
Thursday, March 28, 2024
Homeଅପରାଧ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲା, ଦୋଷୀକୁ ୨୫ ବର୍ଷ କାରାଦଣ୍ଡାଦେଶ

୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲା, ଦୋଷୀକୁ ୨୫ ବର୍ଷ କାରାଦଣ୍ଡାଦେଶ

କଟକ: ଜଣେ ୬ ବର୍ଷ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କଲେ କଟକ ପକ୍ସୋ ଅଦାଲତ । ଅଭିଯୁକ୍ତକୁ ୧୦ ହଜାର ଟଙ୍କାର ଜରିମାନା ସହ ଅନାଦେୟ ଅତିରିକ୍ତ ୬ ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ବ୍ୟତୀତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ, ଜଣେ ନାବାଳିକା ଫୁଲ ତୋଳିବା ପାଇଁ ପଡିଶା ଘରକୁ ଜରି ଆଣିବାକୁ ଯାଇଥିବା ସମୟରେ ଅଭିଯୁକ୍ତ ଜଣକ ନାବାଳିକାକୁ ଦୁଷ୍କର୍ମ କରିଥିଲା ।

ଏନେଇ କଟକ ଜଗତପୁର ଥାନା ଅଞ୍ଚଳରେ ଘଟିଥିଲା ଏହି ଅଘଟଣ। ୨୦ ମାର୍ଚ୍ଚ ୨୦୧୯ ରେ ଘଟିଥିଲା ଏହି ଅଘଟଣ । ତେବେ ଦୁଷ୍କର୍ମ କରିବା ପରେ କାହାକୁ ନକହିବା ପାଇଁ ଧମକ ଚମକ ଦେଇଥିଲା ଆସାମୀ । କିଛି ଦିନ ପରେ ଏନେଇ ପରିବାର ଲୋକେ ଜାଣିବା ପରେ ଜଗତପୁର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଅନୁସାରେ ଆସାମୀ ଜୟୀରାମ ସ୍ୱାଇଁକୁ ଗିରଫ କରିଥିଲା ପୋଲିସ । ୧୫ ଜଣ ସାକ୍ଷୀ ଓ ୧୩ ଟି ଦସ୍ତାବିଜ ଆଧାରରେ ମାମଲାର ଶୁଣାଣି କରି କଟକ ସ୍ୱତନ୍ତ୍ର ପୋସ୍କୋ ଅଦାଲତ ଏହି ରାୟ ଦେଇଛନ୍ତି । ତେବେ ମାମଲାର ପରିଚାଳନା ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ରମେଶ ମହାନ୍ତି କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking