29.1 C
Bhubaneswar
Thursday, April 25, 2024
Homeଓଡିଶାକଟକରେ ୬ ବର୍ଷର ଝିଅକୁ କରୋନା

କଟକରେ ୬ ବର୍ଷର ଝିଅକୁ କରୋନା

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କଟକ ମହାନଗର ନିଗମ ଅଂଚଳରୁ ଆଉ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଅରୁଣୋଦୟ ନଗରର ଜଣେ ୬ ବର୍ଷର ଶିଶୁ କନ୍ୟା ବୋଲି ଜଣାପଡିଛି । ତେବେ ପୂର୍ବରୁ ଶିଶୁଙ୍କ ପରିବାରର ଜଣେ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ଶିଶୁଙ୍କ ସମେତ ସମସ୍ତ ପରିବାର ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ହେଲେ ଏବେ ଉକ୍ତ ଶିଶୁ କଲ୍ୟାଙ୍କ ରିପୋର୍ଟ ପଜେଟିଭ ବାହାରିଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି । ସେ ନିକଟରେ ମୁମ୍ବାଇରୁ ଫେରିଥିଲେ ।  ସୂଚନାଯୋଗ୍ୟ, ଯେ ଆଜି ରାଜ୍ୟରେ ୧୪୬ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୪୬ଙ୍କ ମଧ୍ୟରୁ ୧୨୮ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୮ଜଣ ଆକ୍ରାନ୍ତ ସ୍ଥାନୀୟ ମାମାଲା ବୋଲି ଜଣାପଡ଼ିଛି ।ଅନ୍ୟପଟେ ଆଶ୍ୱସ୍ତିର ଖବର ସହ ରାଜ୍ୟରେ ୧୪୬ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking